ଘରୋଇକରଣ କୁ ବିରୋଧ କରି ଭାରତୀୟ ଡାକ କର୍ମଚାରୀ ସଂଘ ର ଧର୍ମଘଟ !

add-all

ବ୍ରହ୍ମପୁର : ଜାତୀୟ ଡାକ କର୍ମଚାରୀ ସଂଘ ଏବଂ ଫେଡରେସନ ଅଫ- ପୋଷ୍ଟାଲ ଅର୍ଗାନାଇଜେସନ ର ମିଳିତ ଉଦ୍ୟମରେ ଆଗାମୀଦିନରେ ବୃହତ୍ତର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବା ସ୍ୱରୂପ ବୁଧବାର ଗଞ୍ଜାମଜିଲ୍ଲା ବ୍ୟାପୀ ବିଭିନ୍ନ ମୁଖ୍ୟଡାକଘର ଓ ବ୍ରହ୍ମପୁର ମଣ୍ଡଳ ମୁଖ୍ୟଡାକଘର କାର୍ଯ୍ୟାଳୟ ଆଗରେ ଧର୍ମଘଟ କରାଯାଇ ବିଭିନ୍ନ ସ୍ଲୋଗାନରେ ନାରାବାଜି ଦେଇ ହରତାଳ କରାଯାଇଛି । ଛତ୍ରପୁର ମୁଖ୍ୟଡାକଘର କାର୍ଯ୍ୟାଳୟ ଆଗରେ ବୁଧବାର
ବି.ଶ୍ରୀ ରାମୁଲୁ ରେଡ୍ଡୀଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ଧର୍ମଘଟରେ ଶତାଧିକ ପୋଷ୍ଟାଲ କର୍ମଚାରୀମାନେ ଯୋଗଦେଇ ଭାରତ ସରକାରଙ୍କ ବୈମାତୃକନୀତି ତଥା ଘରୋଇକରଣ ମସୁଧାକୁ ତୀବ୍ରବିରୋଧ କରିଥିଲେ ।
ଅଲ ଇଣ୍ଡିଆ ପୋଷ୍ଟାଲ ଉନିୟନ ସଭାପତି କଃ.ରାମଚନ୍ଦ୍ର ପଟ୍ଟନାୟକ, ଉପ-ସଭାପତି କଃ.ଯୋଗେଶ ଚନ୍ଦ୍ର ସାହୁ, କଃ. ଭଗବାନ ପଣ୍ଡା, ଏନ୍.ଲିଙ୍ଗରାଜ ରେଡ୍ଡୀ, ରାଜେଶ କୁମାର ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ପି.କୁର୍ମେୟା ପ୍ରମୁଖ ଧର୍ମଘଟରେ ସାମିଲହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଡାକଘର ନିଗମୀକରଣ ବନ୍ଦ କରିବା, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କଲିଃ. ସହ ଡାକଘର ସଞ୍ଚୟ ବ୍ୟାଙ୍କର ମିଶ୍ରଣ ବନ୍ଦ କରିବା, ଡାକ ବିଭାଗର ସମସ୍ତ କେଡ଼େର ଖାଲିଥିବା ସ୍ଥାନ ପଦବୀ ପୂରଣ କରିବା ଆଦି ୨୦ଦଫା ଦାବୀ ନେଇ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ।

ad-week
Leave A Reply

Your email address will not be published.