
ଛତ୍ରପୁର : ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗଞ୍ଜାମଜିଲ୍ଲା ପକ୍ଷରୁ, ଛତ୍ରପୁର ବିଜ୍ଞାନ ମହା ବିଦ୍ୟାଳୟ ପରିସରରେ ଯକ୍ଷ୍ମାରୋଗର ନିରାକରଣ ଓ ଆଶୁଆରୋଗ୍ୟ ଉପରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କିଶୋର କୁମାର ବେହେରା, ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ବରୁଣ କୁମାର ପାଣିଗ୍ରାହୀ, ବରିଷ୍ଠ ଯକ୍ଷ୍ମା ଚିକିତ୍ସା ପରିଦର୍ଶକ ଶ୍ରୀ ପ୍ରଭାତ କୁମାର ସାହୁ, ଡ଼ାଇବେଟିସ ବିଶେଷଜ୍ଞ ଡ଼ି. ଦେବହରି ରେଡ୍ଡୀ, ଟିବି ଚମ୍ପିୟାନ ମୁନା ବେହେରା ଓ ସ୍ବେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଟିବି ଅବା ଯକ୍ଷ୍ମାରୋଗ, ଡ଼ାଇବେଟିସ, ତମାଖୁ ବର୍ଜନ କରିବା ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସହ ବିଭିନ୍ନ ଖେଳ,ଗପ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଯାଇଛି ।, ଏହି କାର୍ଯ୍ୟକ୍ରମରେ ଉକ୍ତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିସହ ସ୍ବାସ୍ଥ୍ୟ ହିଁ ସମ୍ପଦ ଭାବେ ଅବଗତ କରାଇ ଯକ୍ଷ୍ମାରୋଗର ସଚେତନତା ପତ୍ର ବାଣ୍ଟିବା ସହ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ସମସ୍ତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ,ଛାତ୍ର ଛାତ୍ରୀ ଙ୍କୁ ନେଇ ସର୍ବ ଶେଷରେ ଏକ ଯକ୍ଷ୍ମା ରୋଗ ର ସ୍ଲୋଗାନ ଦେଇ କାର୍ଯ୍ୟକ୍ରମ କୁ ସମାପନ କରାଯାଇଥିଲା