
ଦାରିଙ୍ଗବାଡ଼ି (୧୧/୮) : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗ୍ରେଓଡ଼ି ଗ୍ରାମର ବୈକୁଣ୍ଠ ପ୍ରଧାନ ( ୬୬ ) ଓ ତାଙ୍କ ସ୍ତ୍ରୀ ଲିଶ୍ରବତୀ ପ୍ରଧାନ (୬୩) କୌଣସି ଏକ କାମ ନେଇ ଦାରିଙ୍ଗବାଡ଼ି ଯାଇ ଚାଲି ଚାଲି ସେମାନେ ରହୁଥିବା ଅଡ଼ାମାହା ଗ୍ରାମକୁ ଫେରୁଥିବା ବେଳେ ପଞ୍ଚୁପଲ୍ଲି ଗ୍ରାମ ଠାରେ ପଛପଟୁ ଦୁଇଜଣ ଏକ ହୋଣ୍ଡା ସାଇନ ବାଇକରେ ଦ୍ରୁତ ଗତିରେ ଆସି ଜୋରରେ ବୃଦ୍ଧବୃଦ୍ଧା ଙ୍କୁ ଧକ୍କା ଦେଇଥିଲେ ଫଳରେ ଉଭୟେ ଗୁରୁତର ଅବସ୍ଥାରେ ରାସ୍ତା ରେ ପଡ଼ିଗଲେ। ଗାଁ ଲୋକେ ଦେଖି ପୋଲିସ କୁ ଖବର ଦେଲେ । ଖବର ପାଇ ପୋଲିସ ଗାଁ ଲୋକଙ୍କ ସହଯୋଗରେ ଉଭୟଙ୍କୁ ଦାରିଙ୍ଗବାଡ଼ି ମେଡ଼ିକାଲ କୁ ପହଞ୍ଚାଇଲେ। ଡ଼ାକ୍ତର ସେଠାରେ ଦୁହିଁଙ୍କୁ ଚିକିତ୍ସା କରିବାର କିଛି ସମୟରେ ପରେ ବୃଦ୍ଧ ବୈକୁଣ୍ଠ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ବୃଦ୍ଧା ଲିସ୍ରବତୀ ପ୍ରଧାନଙ୍କର ଚିକିତ୍ସା ଚାଲିଛି। ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।