ନବମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା…

add-all


ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ଅନ୍ତର୍ଗତ ଭାରଷଣ୍ଡି ଡି ଏନ କେ ଗାଁରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି , ସୂଚନା ଅନୁଯାୟୀ ଭାରଷଣ୍ଡି ଡି ଏନ କେ ଗାଁର ବିଶ୍ୱଜିତ ମୃଧାଙ୍କ ପୁଅ ସୁମିତ ମୃଧା ଯିଏ କି ଉମରକୋଟ ପବ୍ଲିକ କଲିଙ୍ଗ ବିଧ୍ୟାପୀଠରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି ରାଖୀ ପୁର୍ଣିମାରେ ରାଖୀ ବାନ୍ଧିବା ପାଇଁ ଉମରକୋଟରୁ ରାଇଘର ଭାରଷଣ୍ଡି ନିଜ ଘରକୁ ଆସିଥିଲେ, ତାଙ୍କର ବାପା ବିଶ୍ୱଜିତ ମୃଧାରଙ୍କ ଏକ ମୋବାଇଲ ଦୋକାନ ରାଇଘରରେ ଅଛି ଯାହାକି ତାଙ୍କ ବାପାଙ୍କ ଦୋକାନରୁ ସୁମିତ ଏକ ମୋବାଇଲ ଫୋନ ତାଙ୍କ ବାପାଙ୍କୁ ନ ଜଣାଇ ନେଇ ଆସିଥିଲେ, ଏହି ମୋବାଇଲ ବିଷୟରେ ସୁମିତର ମା ଜାଣିବା ପରେ ପୁଅକୁ ପଚାରି ଥିଲେ ବାପାଙ୍କୁ ଜଣାଇ ଆଣିଛୁ କୀ ? ନା ନକହି ଦୋକାନ ରୁ ଆଣିଛୁ , କହି ତାଗିତ କରିଥିଲେ ହୁଏତ ଏହି ମୋବାଇଲକୁ କେନ୍ଦ୍ର କରି ଏହି ପରି ଅଘଟଣ ଘଟି ଥାଇପାରେ ବୋଲି ଗାଁ ଲୋକ ସନ୍ଦେହ କରୁଛନ୍ତି , ବିଶ୍ୱଜିତ ମୃଧା ସବୁ ଦିନ ପରି ରାଇଘର ରେ ଥିବା ନିଜ ଦୋକାନକୁ ଚାଲି ଯାଇଥିଲେ କିଛି ସମୟ ପରେ ସୁମିତ ର ମା ସୁମିତ କହିଲେ ଗାଧୋଇ ରାଖୀ ପିନ୍ଧି ସରିଲା ପରେ ଦୋକାନ କୁ ବାପାଙ୍କ ପାଖକୁ ଯିବା ପାଇଁ, ଯାହାଫଳରେ ସୁମିତ ମୃଧା ବାଥରୁମକୁ ଗାଧୋଇବା ପାଇଁ ଯାଇ ବାଥରୁମର କବାଟ ବନ୍ଦ କରି ପାଣି ଟେପ ଚାଲୁ କରିଥିଲେ,ଏକ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ସୁମିତ ଗାଧୁଆ ଘରୁ ପଦାକୁ ଆସିନଥିଲା ଯାହାଫଳରେ ସୁମିତର ଭଉଣୀ କୁମାରୀ ମନ୍ଦିରା ଭାଇ ଏତେ ସମୟ ବାଥରୁମରେ କଣ କରୁଛି ଦେଖିବାକୁ ଯାଇ ଭାଇକୁ ଡାକିବାକୁ ଲାଗିଲେ କିନ୍ତୁ ବାଥରୁମ ଭିତରୁ କୌଣସି ଉତ୍ତର ନ ପାଇଁ ଚେୟାର ଉପରେ ଚଡ଼ି ବାଥରୁମ ଭିତରେ ଦେଖିଲେ ଯାହାକି ତାର ଭାଇ ବେକରେ ରସି ବନ୍ଧା ଅବସ୍ଥାରେ ଝୁଲୁଛି, ଏହା ଦେଖି ସେ ପାଟି କରିବାରୁ ଗାଁ ଲୋକଙ୍କ ସହଯୋଗରେ ବାଥରୁମର କବାଟ ଭାଙ୍ଗି ଦେଖିଲାବେଳକୁ ସୁମିତ ଜୀବିତ ନାହିଁ, ସଙ୍ଗେ ସଙ୍ଗେ ରାଇଘର ପୋଲିସ ଷ୍ଟେସନକୁ ଖବର ଦେବା ପରେ ପୋଲିସ ଆସି ଶବକୁ ଜବତ କରି ପୋଷ୍ଟମଟମ କରି ପରିବାରକୁ ହସ୍ତାନ୍ତର କଲେ, ରାଇଘର ପୋଲିସ ଏହାକୁ ନେଇ ଏକ ଅପମୃତ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି l ମୋବାଇଲ ପାଇଁ ନା ଆଉକିଛି କୁ ନେଇ ମାନସିକ ଚାପରେ ସୁମିତ ଏହିପରି ନିଷ୍ପତ୍ତି ନେଲେ ତାହା ଅନୁସନ୍ଧାନ ସାପେକ୍ଷ ବୋଲି ଅଞ୍ଚଳର ବୁଦ୍ଧି ଜୀବି ସନ୍ଦେହ କରୁଛନ୍ତି l ସୁମିତ ର ମୃତ୍ୟୁ ପରେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି..

ad-week
Leave A Reply

Your email address will not be published.