
ମାଲକାନଗିରି,୧୧।୮: ଭାରତ ସ୍ଵାଧୀନତା ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବାସୀ କିଭଳି ନିଜ ନିଜ ଘର, ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ରେ ଜାତୀୟ ପତାକା ‘ତିରଙ୍ଗା’ ଉଡ଼ାଇ ହରଘର ତିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିପାରିବେ, ସେ ସମ୍ପର୍କରେ ସଚେତନତା ବାର୍ତ୍ତା ଜାରିରହିଛି l ତେବେ ଏହି ସମୟରେ ମାଲକାନଗିରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ସ୍ବାଧୀନତା ଦିବସ ଓ ସ୍ବାଧୀନତା ର ୭୫ ବର୍ଷ ପାଳନ ଉପଲକ୍ଷେ ୧୦୦ମିଟର ଲମ୍ବର ତ୍ରିରଙ୍ଗା ଯାତ୍ରା କରିବା ପାଇଁ ଏକ ବୈଠକ ଆୟୋଜିତ କରାଯାଇଥିଲା । ଏହି ବୈଠକରେ ମାଲକାନଗିରି ନାଗରିକ କମିଟି, ବିଶ୍ୱ ହିନ୍ଦୁ ପରିଷଦ, ଆରଏସଏସ, ବିଭିନ୍ନ ରାଜନୀତି ଦଳ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ l ଏହି ୧୦୦ ମିଟର ଲମ୍ବ ତୀରଙ୍ଗା ଯାତ୍ରା ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ସହର ପରିକ୍ରମା କରିବା ସହ ନୂତନ ମୁଖ୍ୟ ଚକିତ୍ସାଳୟ ପର୍ଯ୍ୟନ୍ତ ଯାତ୍ରା କରିବ l ଏହି ତ୍ରିରଙ୍ଗା ଯାତ୍ରାରେ ନିମନ୍ତେ ସଦର ମହକୁମାରେ ଥିବା ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ,ସ୍ବେଚ୍ଛାସେବୀ, ସହରର ନାଗରିକଙ୍କୁ ସ୍ୱଇଚ୍ଛା ସହଯୋଗ ତଥା ଯୋଗଦାନ ନିମନ୍ତେ ଆହ୍ବାନ କରିବାକୁ ନିଷ୍ପତ୍ତି ନିଆଯାଇଛି l