ଧର୍ମଶାଳା ଅଞ୍ଚଳର ବ୍ୟାପକ ଦୁର୍ନୀତି ବିରୋଧରେ ସିବିଆଇର ଦ୍ଵାରସ୍ଥ ହେଲା ଓଡ଼ିଶା ସୂଚନାଅଧିକାର ଅଭିଯାନ

add-all

ଭୁବନେଶ୍ଵର (୧୧/୦୮) : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳର ୩୪.୪୬ ଏକର ଜମିକୁ ପାରାଦ୍ୱୀପ ପୋର୍ଟ ଟ୍ଟ୍ରଷ୍ଟ ଅଧିକାରୀ, ରାଜନେତା ଓ ଖଣିମାଫିଆ ଶ୍ରୀବାସ ଜେନାଙ୍କ ମଧୁଚନ୍ଦ୍ରିକାରେ ବେଆଇନ ଭାବେ ବ୍ୟବହାର କରି ବ୍ୟାପକ ଲୁଟ୍ ନେଇ ସୂଚନା ଅଧିକାର ଆଇନରେ ମିଳିଥିବା ସମସ୍ତ ତଥ୍ୟ ପ୍ରମାଣ ସହ ସିବିଆଇ କାର୍ଯ୍ୟାଳୟରେ ଓସା ରାଜ୍ୟ ଆବାହକ ପ୍ରଦିପ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୂବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଅଧିକାରୀ ଦିବାକର ମିଶ୍ରଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଏହାର ସଠିକ ତଦନ୍ତ କରାଗଲେ ପୋର୍ଟ ଟ୍ରଷ୍ଟର ଅଧିକାରୀ, ଖଣିମାଫିଆ ଓ ରାଜନେତାଙ୍କ ଅସଲିମୂଖା ପଦାକୁ ଆସିବ ବୋଲି ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହୁରା କରିଛନ୍ତି । ଆଜି ଏହି ଅଭିଯୋଗ ପ୍ରଦାନ ବେଳେ ସୂଚନାଅଧିକାର କର୍ମୀ ଜିତେନ୍ଦ୍ର ସାହୁ ଓ ପ୍ରକାଶ ଦାସ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.