ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ହିଞ୍ଜିଳିକାଟୁ ବିଜ୍ଞାନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଶୋଭାଯାତ୍ରା

add-all

ହିଞ୍ଜିଳିକାଟୁ : ଭାରତ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ହିଞ୍ଜିଳିକାଟୁ ବିଜ୍ଞାନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଜ୍ଞାନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହିଂଜିଲିକାଟୁ ଆନୁକୁଲ୍ୟରେ ଆଜାଦି କି ଅମୃତ ମହୋତ୍ସବ ହର ଘର ତ୍ରିରଙ୍ଗା ଯାତ୍ରା ଆନୁଷ୍ଠାନିକ ଭାବରେ ଅୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟଳୟ ର ଅଧ୍ୟକ୍ଷା ଡ଼ ସ୍ୱସ୍ତିକା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମରେ ଡ଼ ସୁଶୀଲ କୁମାର ପାଣିଗ୍ରାହୀ , ଡ଼ ବିନୋଦ ବିହାରୀ ପାତ୍ର ଡ ପ୍ରଫୁଲ୍ଲ କୁମାର ରଥ , ଡ଼ ଲଳିତ ମୋହନ ପଟ୍ଟନାୟକ ଡ଼ ମାନସ ମୋହନ ବଳୀୟରସିଂ ଆଦି ଯୋଗ ଦେଇ ତ୍ରିରଙ୍ଗା ଯାତ୍ରା ର ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । । ସମସ୍ତ ଛାତ୍ର ଛାତ୍ରୀ ମାନେ ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇ ମହାବିଦ୍ୟଳୟ ପରିସର ରୁ ଆରମ୍ଭ କରି ହିଂଜିଲି କାଟୁ ବସ ଷ୍ଟାଣ୍ଡ ମୁଖ୍ୟ ବଜ଼ାର ଏନ ହେଚ ୫୯,ପାଟଣା ସହି ପରିକ୍ରମା କରି ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହର ଘର ତ୍ରିରଙ୍ଗା ର ବାର୍ତା ମାଧ୍ୟମରେ ପ୍ରତେକ ଘର ,ବ୍ୟବସାୟ ପ୍ରତିଷ୍ଠାନ ଏବଂ ଜନ ସାଧରଣଙ୍କୁ ସ୍ୱାଧୀନତା ର ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟଳୟ ର ସମସ୍ତ ଛାତ୍ର ଛାତ୍ରୀ କର୍ମଚାରୀ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟଳୟ ର ଏନ ଏସ ଏସ , ୟୁଥ ରେଡ଼ କ୍ରସ ,ରେଞ୍ଜର ରୋବର ଏବଂ ଏନ ସି ସି ର ଅଧିକାରୀ ଗଣ ଶ୍ରୀ ଅକ୍ଷୟ କୁମାର ପ୍ରଧାନ , ସାଇ ଲଷ୍ମୀ ଅମ୍ବତି , ବିଦ୍ୟାଧର ସେଠି , ଡ଼ ସୁଜାତା ମହାପାତ୍ର, ଡ଼ ତନୁଶ୍ରୀ ପ୍ରଧାନ ,ସୁପ୍ରିୟା ଗୁପ୍ତା ,ନରସିଂହ ଆଚାର୍ଯ୍ୟ ଏବଂ ପିଇଟି ନନ୍ଦ କିଶୋର ପ୍ରଧାନ ଆଦି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.