ଦାରିଙ୍ଗବାଡ଼ିରେ ତ୍ରିରଙ୍ଗା ଶୋଭାଯାତ୍ରା

add-all

ଦାରିଙ୍ଗବାଡ଼ି(୧୩/୮) : ଦାରିଙ୍ଗବାଡି ବଣିକସଙ୍ଘ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । ଏଥିରେ ବଣିକ ସଂଘର ସମସ୍ତ ସଦସ୍ୟ ମଟର ସାଇକେଲରେ ତ୍ରିରଙ୍ଗା ପତାକା ବାନ୍ଧି ଶିଵ ମନ୍ଦିର ପରିସରରେ ଏକତ୍ରିତ ହୋଇ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଶିବ ମନ୍ଦିରରୁ ଦାରିଙ୍ଗବାଡ଼ି ସ୍ଥିତ ଡ଼ବେରୀ ଛକ, ଦାରିଙ୍ଗବାଡ଼ି ବଜାର ପରିକ୍ରମା କରି , ହିଲଭୁୟ ,ଗ୍ରୀନବାଡ଼ି, ତହସିଲ ପର୍ଯ୍ୟନ୍ତ ତ୍ରିରଙ୍ଗା ମଟର ସାଇକେଲ ଶୋଭାଯାତ୍ରା ହୋଇ ଶେଷରେ ପୁଣି ଶିଵ ମନ୍ଦିର ପରିସରରେ ପହଞ୍ଚି ଯାତ୍ରା ସମାପ୍ତ ହୋଇଥିଲା। ଶୋଭା ଯାତ୍ରା ସମୟରେ ପ୍ରତ୍ୟେକେ ଘରେ ଘରେ ତ୍ରିରଙ୍ଗା ଲଗେଇ ସ୍ବାଧୀନତା ଦିବସ ପାଳନ କରିବାକୁ ଆହ୍ୱାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବଣିକ ସଂଘର ସଭାପତି ଲଡୁକିଶୋର ସାହୁ, ସଂପାଦକ ଏସ ରାମାରାଓ ପୃଷ୍ଟି , ଉପ ସଭାପତି ଦିଲ୍ଲୀପ କୁମାର ସାହୁ, ଦୁର୍ଗାପ୍ରସାଦ ସୁବୁଦ୍ଧି, ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ଭଗବାନ ସାହୁଙ୍କ ସମେତ ଅଜିତ କୁମାର ସାହୁ, ପଦୀପ କୁମାର ସାହୁ ତଥା ସମସ୍ତ ସଦସ୍ୟଙ୍କ ସହଯୋଗରେ ଆଯାଦୀକି ଅମୃତ ମହୋତ୍ସବ ସଫଳ ହୋଇଥିଲା।

ad-week
Leave A Reply

Your email address will not be published.