ଜୁଆ ଆଡ୍ଡା ରେ ଚଢାଉ : 36,440 ଟଙ୍କା ଜବତ, ଦୁଇ ମହିଳା ଙ୍କ ସମେତ 7 ଅଟକ

add-all


ଚିକିଟି — କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି କରବାଲୁଆ ଠାରେ ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ପୋଲିସ ସଦଳବଳେ ଚଢାଉ କରିଛି। କୌଣସି ବିଶେଷ ସୂତ୍ର ରୁ ଖବର ପାଇଁ ଏସ ଡି ପି ଓ କୃଷ୍ଣ ଚନ୍ଦ୍ର ବାତ୍ରା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ଙ୍କୁ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥଲେ। ସଂଧ୍ୟା ସମୟ ରେ ଥାନା ଅଧିକାରୀ କିଛି ପୋଲିସ କୁ ନେଇ ଖେଳ ଲାଗିଥିବା ଘର କୁ ଚାରିପଟୁ ଘେରିଯାଇଥିଲେ। ଫଳରେ ଘଟଣସ୍ଥଳରେ ବ୍ୟବହୃତ 36 ହଜାର 440 ଟଙ୍କା କୁ ଜବତ କରିଛି। ଏବଂ ଆଖ ପାଖ ଅଞ୍ଚଳ ର 2 ଜଣ ମହିଳା ଙ୍କ ସମେତ 7 ଜଣ କୁ କାବୁ କରିଛନ୍ତି। ତେବେ ଉକ୍ତ ଜାଗା ରେ ଦୀର୍ଘ ଦିନ ହେବ ଖେଳ ଚାଲିଥିବା ବେଳେ ପୋଲିସ ସୁରାକ ପାଇ ପାରିନଥିଲା ଯାହା ଅଞ୍ଚଳ ର ଯୁବ ପୀଢ଼ି କୁ ଧ୍ୱଂସାଭିମୁଖି ଦିଗ କୁ ଟାଣି ନେଇ ଯାଉଥିଲା। ବର୍ତ୍ତମାନ ଠାରୁ କରବାଲୁଆ ତଥା ଆଖ ପାଖ ଅଂଚଳରେ ଚାଲିଥିବା ଜୁଆ ଆଡ୍ଡା କୁ ପୋଲିସ କଡ଼ା ନଜର ରଖିବାକୁ ଦାବି ହେଉଛି।

ad-week
Leave A Reply

Your email address will not be published.