ବିଜେଡ଼ି ପକ୍ଷରୁ ରାଜସୁନାଖଳା ରେଳଷ୍ଟେସନ ଠାରେ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

add-all

ରଣପୁର : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ତରଫରୁ ରାଜସୁନାଖଳା ଜୋନର ରାଜସୁନାଖଳା ଗ୍ରା:ପ ସ୍ଥିତ ରାଜସୁନାଖଳା ରେଲୱେ ଷ୍ଟେସନ ନିକଟରେ ଓ ନରେନ୍ଦ୍ରପୁର ଗ୍ରା:ପର ମା’ କଂକଳି ମନ୍ଦିର ପାଶ୍ୱବର୍ତ୍ତୀ ଅଂଚଳରେ “ବୃକ୍ଷରୋପଣ ଓ ପରିବେଶ ସଚେତନତା” କାର୍ଯ୍ୟକ୍ରମ, ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ମାନିତ ଭାବରେ ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପ୍ରଧାନ,ନରେନ୍ଦ୍ରପୁର ସରପଞ୍ଚ ତ୍ରିନାଥ ରାଉତ,ରାଜସୁନାଖଳା ଗ୍ରା:ପ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ,ବରିଷ୍ଠ ସାମ୍ବାଦିକ ପ୍ରଶନ୍ନ ସ୍ୱାଇଁ,ସାମାଜିକ କର୍ମୀ ଅପର୍ଣ୍ଣା ମିଶ୍ର,ସନ୍ତୋଷ କୁମାର ବରାଡ଼, ହରିହର ସାହୁ , ପ୍ରବୀଣ କୁମାର ରଥ, ଅମର ନାୟକ , ରତ୍ନାକର ରାଉତ, ସାମ୍ବାଦିକ ଯାଦୁନାଥ ସାମନ୍ତରାୟ,ରାକେଶ ପାଢ଼ୀ, ଜିତେନ୍ଦ୍ର ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ କର୍ମୀ, ସାମ୍ବାଦିକ ଓ ବିଜେଡି କାର୍ଯ୍ୟକର୍ତ୍ତା ଯୋଗ ଦେଇ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥଲେ । ଆଗାମୀ ଦିନରେ ବିଜୁ ଜନତା ଦଳର ନିର୍ଦେଶ କ୍ରମେ ତାହାର ପ୍ରମୁଖ ଛାମୁଆ ସଂଗଠନ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଆହୁରି ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯିବା ବୋଲି ଅତିଥିମାନେ ମତାମନ୍ତବ୍ୟ ଦେଇଥଲେ । ତତସହିତ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବା ସହ ବ୍ୟାପକ କାର୍ଯ୍ୟକ୍ରମ କରିବା ପାଇଁ ରଣପୁର ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳର ସଭାପତି ତଥା ଆଇନଜୀବି ରାଜିବ ଲୋଚନ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲ l କାର୍ଯ୍ୟକ୍ରମ ପରେ ସମସ୍ତଙ୍କୁ ତୀରଙ୍ଗା ଧ୍ବଜା ବଣ୍ଟନ କରାଯାଇଥିଲା l

ad-week
Leave A Reply

Your email address will not be published.