ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡି ଗଲା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

add-all

ଦାରିଙ୍ଗବାଡି, ୧୪/୮, ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକଅଞ୍ଚଳ ବେହାଲ ହୋଇଛି। ଏହି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ତାମାଙ୍ଗି ଗ୍ରାମର ଜ୍ୟୋତି ମଳିକଙ୍କ ଘରର ମାଟି କାନ୍ଥ ଭୁଶୁଡ଼ି ପଡିଥିବା ସରପଞ୍ଚ ଶ୍ରୀମତୀ ନବନିତା କପାଟପାତ୍ର ସୂଚନା ପ୍ରଦାନ କରିଛନ୍ତି। ତିନି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବର୍ଷା ଝଡ଼ିରେ ଘରର କାନ୍ଥ ବତୁରି ଆଜି ଜ୍ୟୋତି ମଳିକ ଙ୍କ ଘରର ମାଟି କାନ୍ଥ ଭୁଶୁଡି ପଡିଛି। ହେଲେ ପରିବାର ସଦସ୍ୟ ମାନେ ବାରଣ୍ଡାରେ ବସିଥିବା ସମୟରେ ଭୁଶୁଡି ପଡିଥିବାରୁ କୌଣସି ଅଘଟଣ ଘଟି ନଥିବା ଜଣା ପଡ଼ିଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ପ୍ରାୟ ଲୋକଙ୍କ ଘର ଝାଟି ମାଟିର ହୋଇଥିବାରୁ ଲଗାଣ ବର୍ଷାରେ ବହୁ ଘର ଦୁଆର ଭାଙ୍ଗିଥିବ ବୋଲି ଆଲୋଚନା କରୁଥିବା ଜଣାପଡିଛି।

ad-week
Leave A Reply

Your email address will not be published.