ଜିଲ୍ଲାପ୍ରେସ କ୍ଳବଠାରେ ୭୬ ତମ ସ୍ୱାଧୀନତା ଦିଵସ ପାଳିତ

add-all

ଫୁଲବାଣୀ (୧୫/୦୮) : ଜିଲ୍ଲା ପ୍ରେସ କ୍ଳବରେ ଫୁଲବାଣୀ ଠାରେ ୭୬ ତମ ସ୍ୱାଧୀନତା ଦିଵସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟ୍ଟନାୟକ ପ୍ରେସ କ୍ଳବ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସ୍ୱାଧୀନତା ଆଣିବାରେ ଯେଉଁ ମହାପୁରୁଷମାନେ ଯେଉଁ ପ୍ରାଣ ବଳି ଦେଇଥିଲେ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କଷ୍ଟଲବ୍ଧ ସ୍ୱାଧୀନତା ଓ ଦେଶର ଏକତା, ଅଖଣ୍ଡତାକୁ ଅତୁଟ ରଖିବାକୁ ଆହ୍ୱାନ ଦେଇଥିଲେ l ଏହା ପରେ ପରେ ସର୍ତ୍ତାଗୁଡାଠାରେ ପ୍ରେସ କ୍ଳବର ପ୍ରସ୍ତାବିତ କମ୍ୟୁନିଟି ସେଣ୍ଟରଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଥିଲା l ସେହିପରି ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ରେସ କ୍ଳବକୁ ଗତ ୧୩ ତାରିଖ ଠାରୁ ରଙ୍ଗ ବିରଙ୍ଗ ଆଲୋକ ମାଳାରେ ଏବଂ ବିଭିନ୍ନ ସାଜସଜ୍ଜାରେ ସୁସଜିତ ହୋଇ ରଖା ଯାଇଥିବାର ଦେଖିବାକୁ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ପ୍ରଶାନ୍ତ ବେହେରା,ଉପସଭାପତି ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା, ଅଶୋକ ମହାନ୍ତି,ମିଡ଼ିଆ ଫୋରମର ସାଧାରଣ ସମ୍ପାଦକ ଡ଼ଃ. ସୂର୍ଯ୍ୟ ନାରାୟଣ ବେହେରା, ମିଡ଼ିଆ ଫୋରମର ଉପ-ସଭାପତି ତଥା ବରିଷ୍ଠ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗଲ, ଶିବ ରାମ ନାୟକ, ଶିବ ପ୍ରସାଦ ନାୟକ, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ଶିବାନୀ ସୁଅlର, ପ୍ରଶାନ୍ତ ଜେନା, ପ୍ରଶାନ୍ତ ପଣ୍ଡା, ସନ୍ତୋଷ ବେହେରା, ବୀରେନ୍ଦ୍ର ସୁବୁଦ୍ଧି, କାହ୍ନ।ପଟନାୟକ, କାହ୍ନ। ଦିଗାଲ, ସୁଧୀର ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.