ମାଓବାଦୀଙ୍କର ଗଡରେ ଉଡ଼ିଲା ତ୍ରିରଙ୍ଗା

add-all

ଚିତ୍ରକୋଣ୍ଡା(୧୫/୦୮) : ସ୍ଵାଧୀନତା ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ସ୍ବାଧିନତାର ସ୍ଵାଦ ଚାଖି ନଥିବା ଏବଂ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇନଥିବା ଏଭଳି ଏକ ଗ୍ରାମ ଯାହା ମାଓବାଦୀ ମାନଙ୍କର ଉତ୍ପତ୍ତି ସ୍ଥଳୀ, ମାଓବାଦୀ ମାନଙ୍କର ରଣଭୂମି ଏବଂ ମାଓବାଦୀ ମାନଙ୍କର ଗଡ ରୂପେ ପରିଚିତ । ଯାହା ବର୍ତ୍ତମାନ ମଧ୍ୟ ସଂପୂର୍ଣ୍ଣ ଭାବେ ଓଡ଼ିଶାର ଭୂଖଣ୍ଡ ହୋଇଥିଲେ ମଧ୍ୟ ଆନ୍ଧ୍ର ତାର ଲୋଲୁପଦୃଷ୍ଟି ଏବେ ମଧ୍ୟ ଓଡ଼ିଶା ଭୂଖଣ୍ଡ ଉପରୁ ହଟାଇ ନାହିଁ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ବିବାଦୀୟ ସ୍ଥଳୀ ଜୁମଡ଼ାଙ୍ଗ ଗ୍ରାମରେ ଆଜି ବହୁ ଆଡ଼ମ୍ବରରେ ସହିତ ପ୍ରଥମ ଥର କରି ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇଛି । ଯାହାକି ଆମ ଓଡ଼ିଶା ବାସୀଙ୍କ ପାଈଁ ଗର୍ବ ଓ ଗୌରବର କଥା । ସମସ୍ତ ଜୁମଡାଙ୍ଗ ଗ୍ରାମବାସୀ ପ୍ରଥମେ ତ୍ରିରଙ୍ଗା ପତାକା ଧରି ଗ୍ରାମ ଭ୍ରମଣ କରିଥିଲେଏବଂ ଜାତୀୟ ପତାକା ତଳେ ଜାତୀୟ ସଙ୍ଗୀତ ଗାନ କରାଯାଇ ଥିଲା । ଯାହାକି ଆଜି ଜୁମଡାଙ୍ଗ ଗ୍ରାମବାସୀ ଭାରତ ସ୍ଵାଧିନତାର ପ୍ରଥମ ସ୍ଵାଦ ପାଇଥିଲେ ଏବଂ ଆଜି ଜୁମ୍ଡ଼ାଙ୍ଗ ପରିବେଶ ରେ ଖୁସିର ଲହରୀ ଖେଳିଯାଇଛି । ବର୍ଷ ବର୍ଷ ଧରି ମାଓବାଦୀ ଏଠାରେ କଳା ଦିବସ ରୂପେ ପାଳନ କରି ଆସୁଥିଲେ କିନ୍ତୁ ବର୍ତ୍ତମାନ ତାହା ୭୫ ବର୍ଷ ପରେ ଧୂଳିସାତ ହୋଇଯାଇଛି । ଏଠାରେ ତ୍ରିରଙ୍ଗା ଜାତୀୟ ପତାକା ଫର ଫର ହୋଇ ଉଡୁଛି । ଯାହା ଏହି ଅଞଚଳର ଶିକ୍ଷକ ବୁଲୁ ସେଠୀ ଙ୍କ ଆପ୍ରାଣ ଉଦ୍ୟମ, ସାହସ ଏବଂ ଧର୍ଯ୍ୟ ବଳରେ ସଫଳ ହୋଇ ପାରିଛି ।

ad-week
Leave A Reply

Your email address will not be published.