ସ୍ୱାଧୀନତା ଦିବସ ଆମ ଜାତୀୟ ଏକତାର ଦ୍ୟୋତକ : ବରିଷ୍ଠ କଳାକାର ସଂଘ

add-all

ବ୍ରହ୍ମପୁର (୧୫/୦୮) : କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ତରଫରୁ ସମ୍ମିଳିତ ଭାବେ ଦେଶର ୭୫ତମ ସ୍ଵାଧୀନତା ଦିବସ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ମହାସମାରୋହରେ ପାଳିତ ସୋଇଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଉତ୍ସବରେ ମାନସ ଭବନ ସଭାପତି ବରିଷ୍ଠ ସମାଜସେବୀ ସିଏଚ୍. ସନ୍ତୋଷ କୁମାର ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଏହି ମହାର୍ହ ଉତ୍ସବ ଆମ ଜାତୀୟ ଏକତାର ଦ୍ୟୋତକ ବୋଲି ଉପସ୍ଥିତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଦେଶତ୍ମ ଭାବଧାରାରେ ଆପ୍ଳୁତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ନୀଳାମ୍ବର ସାହୁ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ସୁବାସ ସାହୁ ମାମା, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ନୀଳମାଧବ ଜେନା, ସନିଆ ବେହେରା, ବଳଦେବ ସାହୁ, ପଦ୍ମ ଚରଣ ନାୟକ, ପ୍ରକାଶ ଚନ୍ଦ୍ର ପଣ୍ଡା, ଶଙ୍କର୍ଷଣ ସାବତ, ପ୍ରଦୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.