ଖଲ୍ଲିକୋଟ : ବିଭିନ୍ନ ଅନୁଷ୍ଠାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

add-all

ଖଲ୍ଲିକୋଟ : ଖଲ୍ଲିକୋଟ ସହର ଓ ଗ୍ରାମାଞ୍ଚଳ ର ପୁରପଲ୍ଲୀ ରେ ଜାତୀୟ ପତାକା ଘରେ ଘରେ ଫର ଫର ଉଡିବା ସହ ପ୍ରଚଣ୍ଡ ଦେଶପ୍ରେମ ମହକ ରେ ପାଳିତ ହୋଇଯାଇଛି ସ୍ୱାଧୀନତା ପ୍ରାପ୍ତି ର ୭୫ ବର୍ଷ l ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ର କାର୍ଯ୍ୟାଳୟ ପରିସର ରେ ଛାତ୍ର ଛାତ୍ରୀ ଓ ଖଲ୍ଲିକୋଟ ସହର ର ସମସ୍ତ ବୁଦ୍ଧିଜୀବୀ ଓ କାଉନ୍ସିଲ୍ର ମାନଙ୍କ ଉପସ୍ତିତି ରେ ନଗରପାଳ ଇଂ .ନିରଞ୍ଜନ ବେହେରା ଜାତୀୟ ପତାକା ଉତ୍ତୋଳନ କରି କଷ୍ଟେଲବ୍ଧ ସ୍ୱାଧୀନତା ରୁ ମିଳିଥିବା ଅମୃତ କୁ ମହାନ ଗଣତନ୍ତ୍ର ଦେଶ ଭାରତ ବାସୀ ଭରପୁର ସୁଯୋଗ ନେବା ର ସମୟ ଆସିଥିବା ପ୍ରକାଶ କରିଥିଲେ l ଏହି ପତାକା ଦିବସ ରେ ତହସିଲଦାର ରାଜ କିଶୋରେ ପଟନାୟକ ଉପ ନଗରପାଳ ଲିଲି ସାହୁ ଓ ଯୁବ କାଉନ୍ସିଲ୍ର ନାରାୟଣ ପାଢ଼ୀ ,ବିଜେଡି ନଗର ସଭାପତି ନରେନ୍ଦ୍ର କୁମାର ପତ୍ର ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ବେଳେ ଖଲ୍ଲିକୋଟ ବ୍ଲକ ପରିସର ରେ ସମିତି ଅଧକ୍ଷ ଦୈତାରୀ ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରାଥମିକ ଶିକ୍ଷକ ସଂଘ ପରିସର ରେ ପତାକା ଉତ୍ତୋଳନ କରିଥିବା ବେଳେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଆର ସି ଏମ କଲେଜ ଏସ ଏମ ହାଇ ସ୍କୁଲ ,କନକ ମଞ୍ଜରୀ ବାଳିକା ବିଦ୍ୟାଳୟ ଓ କେ ସି ପବ୍ଲିକ ସ୍କୁଲ ରେ ଛାତ୍ର ଛାତ୍ରୀ ମାନେ ପ୍ୟାରେଡ଼ ପ୍ରଦର୍ଶନ କରିବା ସହ ଅନୁଷ୍ଠାନ ର ମୁଖ୍ୟ ମାନେ ପତାକା ଉତ୍ତୋଳନ କରିଥିଲେ l ସେହିପରି ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସର ରେ କଲା ଓ ଇତିହାସ ବିଭାଗ ଅଧ୍ୟାପକ ଦେବୀ ପ୍ରସାଦ ଦାଶ ଙ୍କ ତତ୍ୱାବଧାନ ରେ ଏକ ପ୍ରାଚୀର ପତ୍ରିକା ଉନ୍ମୋଚନ ଓ ଦେଶାତ୍ମବୋଧକ କବିତା ପାଠ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା l ଏଥିରେ ଖଲ୍ଲିକୋଟ ର ବରିଷ୍ଠ ମହିଳା କବୟିତ୍ରୀ ଓ ଚିତ୍ରଶିଳ୍ପୀ ବସନ୍ତ କୁମାରୀ ସାମନ୍ତ ଓ ଆଇନଜୀବୀ ସୁଧାଂଶୁ ଶେଖର ସାହୁ ଅତିଥି ଭାବେ ଯୋଗ ଦେଇ ଥିଲେ l

ad-week
Leave A Reply

Your email address will not be published.