
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ମୁଖ୍ୟ ଅତିଥି ଭାବରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।ବିଦ୍ୟାଳୟର ଆଚାର୍ଯ୍ୟା ମାନଙ୍କ ଦ୍ୱାରା ଭାରତ ମାତାର ଆରତୀ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ତତ୍ପରେ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ପଟ୍ଟନାୟକ ଏବଂ ଆଚାର୍ଯ୍ୟ ଦୁର୍ଯ୍ୟୋଧନ ସିଂଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଦେଶାତ୍ମବୋଧକ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା।ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇଥିଲେ।କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟ କମିଟିର ସମ୍ପାଦକ ତଥା ଶିକ୍ଷାବିତ ବିରଞ୍ଚି ନାରାୟଣ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଦେଶ ଭକ୍ତିର ଦିଗଦର୍ଶନ ଦେବାପାଇଁ ସେମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ,ଛାତ୍ରଛାତ୍ରୀ ହେଉଛନ୍ତି ଏ ଦେଶର ଭବିଷ୍ୟତର ସୁନାଗରିକ ଏବଂ ଶିକ୍ଷକ ସମାଜ ଦେଶର ମେରୁଦଣ୍ଡ । ତେଣୁ ସମସ୍ତଙ୍କ ହୃଦୟରେ ଦେଶ ପ୍ରୀତି ରହିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ବକ୍ତବ୍ୟ ରଖିଥିଲେ। ସେହିପରି ବିଦ୍ୟାଳୟର ସଭାପତି ମଧ୍ୟ ଦେଶାତ୍ମବୋଧକ ଅଭିଭାଷଣ ରଖି ଛାତ୍ରଛାତ୍ରୀଙ୍କୁ ଉପଦେଶ ଛଳରେ କହିଥିଲେ ଯେ ଆମ ଦେଶର ସଂସ୍କୃତି, ପରମ୍ପରାକୁ ନେଇ ବିଶ୍ଵ ଦରବାରରେ ପ୍ରତିଷ୍ଠା କରିବା ସମସ୍ତଙ୍କର ଲକ୍ଷ୍ୟ ହେଉ ଏବଂ ଏହି କ୍ଷେତ୍ରରେ ଭାରତ ଆଗରୁ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଆସିଛି ଏବଂ ଭବିଷ୍ୟତରେ ପ୍ରଥମ ହୋଇ ରହିବ ମଧ୍ୟ।ଏଥିପାଇଁ ଆମ୍ଭମାନଙ୍କର କର୍ତ୍ତବ୍ୟ ତଥା ରାଷ୍ଟ୍ର ଭକ୍ତିର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାରଣା ମାର୍ଗଦର୍ଶନ କରାଇଥିଲେ।କାର୍ଯ୍ୟକ୍ରମରେ ବିଦ୍ୱତ ପରିଷଦର ସଭାପତି ବାସୁଦେବ ପ୍ରହରାଜ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ।କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା ବିଦ୍ୟାଳୟ ର ପ୍ରାଚୀର ପତ୍ରିକା”ବଧୂଲି” ର ଉନ୍ମୋଚନ।ପରିଶେଷରେ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ପଟ୍ଟନାୟକ ଉପସ୍ଥିତ ଅତିଥିମାନଙ୍କୁ, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା , ସେବକ ସେବୀକା ତଥା ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ପରିସମାପ୍ତ କରିଥିଲେ।