ବିଭିନ୍ନ ସ୍ଥାନରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ

add-all

ଫୁଲବାଣୀ : ଆଜି ଫୁଲବାଣୀ ସହରର ପ୍ରତ୍ୟେକ ୱାର୍ଡରେ ମଧ୍ୟ କାଉନସିଲର ମାନଙ୍କ ଦ୍ୱାରା ପତାକା ଉତ୍ତୋଳନ ହୋଇଥିଲା। ସେହିପରି ମାର୍କେଟ ଗୁଡ଼ିକରେ ମଧ୍ୟ ଧୁମଧାମରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଫୁଲବାଣୀ ସ୍ଥିତ ରାଜା ମାର୍କେଟ ମଧ୍ୟ ଏଥିରୁ ବାଦ ଯାଉନି ଏହି ମାର୍କେଟର ସମ୍ପାଦକ ରବି ସାହୁ ପତାକା ଉତ୍ତୋଳନ କରି ଦେଶ ମାତୃକାର ବନ୍ଦନା ଗାନ କରିଥିଲେ।ପରେ ପରେ ମାର୍କେଟର ସମସ୍ତ ସଦସ୍ୟଙ୍କ ସହଯୋଗରେ ଜଳଖିଆ ପାକେଟ ବଣ୍ଟନ କରିବା ସହ ରାସ୍ତାରେ ଯାଉଥିବା ପିଲାମାନଙ୍କୁ ଦାମୀକିଆ ଚକଲେଟ ବଣ୍ଟନ କରାଯାଇଥିଲା।ସଭାପତି ଉପେନ୍ଦ୍ର ସିଂ ଙ୍କ ସମେତ ମାର୍କେଟର ସଦସ୍ୟ ମାନେ ହେଲେ ଅରୁଣ ପଣ୍ଡା,ରବି ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ। ଏପରି କାର୍ଯ୍ୟ କୁ ଅନ୍ୟ ବଜାର କମିଟି ପକ୍ଷରୁ ପ୍ରଶଂସାର ସୁଅ ଛୁଟିଛି।

ad-week
Leave A Reply

Your email address will not be published.