ପୋଲିସ ଓ ପ୍ରଶାସନର ନିର୍ଭର ପ୍ରତିଶୃତି ପରେ ଆମରଣ ଅନଶନ ପ୍ରତ୍ୟାହୃତ

add-all

ଫୁଲବାଣୀ (୧୬/୦୮) : ପରିବାରିକ ସମ୍ପତ୍ତିରୁ ବଂଚିତ ହୋଇଆଉ ନିଜ ହକ ପାଇବା ପାଈଁ ବର୍ଷ-ବର୍ଷ ଧରି ପ୍ରଶାସନ ଦ୍ୱାରସ୍ତ ହୋଇ ଥିଲେ ମଧ୍ୟ କୌଣସି ସଫଳ ନମିଳିବା ଫଳରେ ଶେଷରେ ବାଧ୍ୟ ହୋଇ ନ୍ୟାୟ ପାଈଁ ସ୍ୱାଧୀନତା ଦିବସରୁ ଆମରଣ ଅନଶନରେ ବସିଥିବା ପ୍ରଦୀପ ପଟ୍ଟନାୟକ ନାମକ ଜଣେ ପୂର୍ବତନ ସେନାକର୍ମଚାରୀ ପୋଲିସ ଓ ପ୍ରଶାସନର ନିର୍ଭର ପ୍ରତିଶୃତି ପାଇବା ପରେ ବିଳମ୍ବିତ ରାତିରେ ଅନଶନ ପ୍ରତ୍ୟାହୃତ କରିଛନ୍ତି l ସଦର ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ, ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠି ପ୍ରମୁଖ ପ୍ରଦୀପଙ୍କ ନିକଟରେ ପହଂଚି ଏହା ପାରିବାରିକ ମାମଲା ହୋଇଥିବାରୁ ଆପୋଷ ସମାଧାନ କରାଯାଇ ସମାଧାନ ପାଈଁ ପ୍ରଶାସନ ଆନ୍ତରିକତାର ସହ ଉଦ୍ୟମ କରାଯିବ ବୋଲି କହିଛନ୍ତି l
ସେ ଜଣେ ଦାୟିତ୍ୱବାନ, ସଚୋଟ, ଓ ଦେଶ ପ୍ରେମ ପୂର୍ବତନ ସେନା କର୍ମଚାରୀ ହୋଇଥିବାରୁ ପ୍ରଶାସନ ଓ ପୋଲିସ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ଏଣୁ ଭରସା ରଖି ଅନଶନ ପ୍ରତ୍ୟାହୃତ କରିଥିବା ପ୍ରଦୀପ ପଟ୍ଟନାୟକ କହିଛନ୍ତି l ତେଵେ ପୋଲିସ ଓ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଆଗକୁ ସମୟ କହିବ l

ad-week
Leave A Reply

Your email address will not be published.