ସ୍ୱାଧୀନତା ଅବସରରେ ବ୍ରହ୍ମପୁର ସିଜିଆର ବ୍ୟବସାୟୀ ସଂଘ ତରଫରୁ ୧୨୧ ଲମ୍ବର ଜାତୀୟ ତୀରଙ୍ଗା ଯାତ୍ରା ସହ ଝୁମିଲେ ସହରବାସୀ

add-all

ବ୍ରହ୍ମପୁର : ଭାରତ ସ୍ୱାଧୀନର ୭୫ ବର୍ଷ ପୂର୍ତ୍ତି ତଥା ୭୬ ତମ ସ୍ୱାଧୀନତା ଦିବସ ଅବସରରେ, ସ୍ଥାନୀୟ ବଡବଜ଼ାର ସ୍ଥିତ ସି. ଜି ଆର (C G R ) ବ୍ୟବସାୟ ସଂଘ ଓ ବିଜୁ ଜନତା ଦଳ ତରଫରୁ ତଥା ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଦୀର୍ଘ ୧୨୧ ଫୁଟ ଲମ୍ବା ବିଶିଷ୍ଟ ଜାତୀୟ ତୀରଙ୍ଗାକୁ ମାନ୍ୟବର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ସ୍ଥାନୀୟ କର୍ପୋରେଟର ଜାମୁଲl ଶ୍ରୀନିବାସ ରାଓ, ଚିତ୍ର ସେନ ମହାପାତ୍ର , ଟି. କିଶୋର କୁମାର,ଆପ୍ପl ରାଓ, ଅଶ୍ୱନୀ ପଟ୍ଟନାୟକ ସମେତ ବହୁ କର୍ପୋରେଟର ଯୋଗ ଦେଇଥିଲେ ଓ ସି ଜି ଆର ବ୍ୟବସାୟ ସଂଘରର ଚନ୍ଦ୍ରୁ, ଗଦା ସାହୁ କୃଷ୍ଣ ଚୌଧୁରୀ ସମେତ ବହୁ ବ୍ୟବସାୟୀଙ୍କ ଉପସ୍ଥିତିରେ ଉନ୍ମୋଚନ ହେବା ପରେ ଜାତୀୟ ପତାକାକୁ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳ ତଥା ବଡବଜ଼ାର, ସାନବଜ଼ାର, ହନୁମାନ ବଜ଼ାର, ଗିରିମାର୍କେଟ, ଅନପୂର୍ଣ୍ଣl ମାର୍କେଟ, ପୁରୁଣା ବସଷ୍ଟାଣ୍ଡ ଦେଇ ଗାନ୍ଧିନଗର ଛକ ଠାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟlପର୍ଣ କରାଯିବ ସହିତ ସହରର ମୁଖ୍ୟ ରାସ୍ତା ଗୁଡିକ ପରିଭ୍ରମଣ କରି ଉତ୍କଳ ସିନେମା ଛକ ନିକଟରେ ଶେଷ ହୋଇଥିଲା l ଏହାର ମୂଳଲକ୍ଷ୍ୟ ହେଲା ଘରେ ଘରେ ଜାତୀୟ ତ୍ରିରଙ୍ଗା ଲଗାଇବା ସହ ଦେଶପ୍ରେମୀ ମାନଙ୍କୁ ଉକ୍ତ ଦେଶlତ୍ମବଧକ କାଯ୍ୟକ୍ରମରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ l

ad-week
Leave A Reply

Your email address will not be published.