ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ : ଚାଲାଣକାରୀ ଚମ୍ପଟ ମାରିଲେ

add-all


ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପକ୍ଷରୁ ୨୭ କିଲୋ ୩୦୦ ଗ୍ରାମ ଗଞ୍ଜେଇ ସହ ଏକ କାରକୁ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନ ସମୟରେ ପୁଲିସ ପାଟ୍ରୋଲିଂରେ ଯାଉଥିବା ସମୟରେ ରାଇକିଆ ଥାନା ଅନ୍ତର୍ଗତ ପେଟାପାଙ୍ଗା ଛକ ନିକଟରେ ଏକ କାର ନଂ.ଓଡି-୦୭-ପି-୬୦୮୦ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ପୁଲିସ ଗାଡ଼ିକୁ ଅଟକାଇ ଥିବାବେଳେ ଗଞ୍ଜେଇ ଚାଲାଣ କାରି ତିନି ଜଣ ଗାଡ଼ିକୁ ଛାଡି ସେଠାରୁ ଚମ୍ପଟ ମାରିଥିଲେ। ତଲାସି ବେଳେ ଗାଡ଼ିରୁ ଏକ ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଛି। ଓଜନ କରାଯିବା ପରେ ୨୩ କିଲୋ ୩୦୦ ଗ୍ରାମ ହୋଇଥିବା ଜଣାପଡିଛି। ଏନେଇ ରାଇକିଆ ଥାନାରେ ଏନଡିପିଏସ ଆକ୍ଟ୍ ରେ ଏକ ମାମଲା ରୁଜୁ କରାଯାଇ ଫେରାର ଗଞ୍ଜେଇ ଚାଲାଣକାରିଙ୍କୁ ଖୋଜାଖୋଜି କରାଯାଉଥିବା ବିଷୟ ଥାନା ଅଧିକାରୀ ସାନ୍ତୁନ କୁମାର କହିଛନ୍ତି ।

ad-week
Leave A Reply

Your email address will not be published.