ହିଞ୍ଜିଳି ପୋଲିସର ଅପରେସନ ଜୁଆଡି : ୧୦ ଗିରଫ

add-all

ହିଞ୍ଜିଳିକାଟୁ ୧୭।୮ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରାଜାତୋଟା ସାହି ବା ରାଜାରାଣୀ ମାର୍ଗ ଏକ ଘରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ବୁଧବାର ସଂନ୍ଧ୍ୟାରେ ହିଞ୍ଜିଳି ପୋଲିସ ଚଢ଼ାଉ କରିଛି । ଚଢ଼ାଉରେ ୧୦ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ ଟି ମୋବାଇଲ ଫୋନ, ତାସ ସହ ୩୦ ହଜାର ୨୦ ଟଙ୍କା ଜବତ କରିଛି । ଗିରଫ ମାନେ ହିଞ୍ଜିଳି ଥାନା ଖରିଡା ଗ୍ରାମର ରମେଶ ଚନ୍ଦ୍ର ସ୍ବାଇଁ ୪୪,ହିଞ୍ଜିଳିକାଟୁ ର ବିନୁ ସ୍ବାଇଁ୨୯,ହିଞ୍ଜିଳିକାଟୁ ରାଜାତୋଟା ସାହିର ତେଜେଶ୍ବର ପାତ୍ର୬୯,ହିଞ୍ଜିଳି ଗ୍ରାମର ସନ୍ତୋଷ ପାଢି୨୯,ତୋଟାସାହିର ଦଣ୍ଡପାଣି ମହାପାତ୍ର,୬୩,ଆଙ୍କୋରଡା ଗ୍ରାମର ସୁରେନ୍ଦ୍ର ସେଠୀ,ହିଞ୍ଜିଳିକାଟୁର କମଳ ଵେହେରା ୩୪,ଆଙ୍କୋରଡା ଗ୍ରାମର ମିଟୁ ବାଡତ୍ୟା,ବଇଁଚବଣିଆ ର ମନୋଜ ମଳିକ,ନେହୁରୁ ମାର୍ଗ ର ସୁଜିତ ପାତ୍ର ।ଏ ନେଇ ହିଞ୍ଜିଳି ଥାନାରେ ନଂ ୪୧୯/୨୨ରେ ଏକ ମାମଲା ରୁଜୁ ହୋଇଛି । ଚଢାଉରେ ହିଞ୍ଜିଳି ଥାନା ଏସ ଆଇ ଗୋପାଳ କୃଷ୍ଣ ଆଗୁପାତ୍ର,
ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, ପ୍ରମୁଖ ସାମିଲ ହୋଇଥିଲେ। ଆଗାମୀ ଦିନରେ ସ୍ଥାନୀୟ ଥାନା ଅଞ୍ଚଳରୁ ଜୁଆ ଖେଳକୁ ସମ୍ପୁର୍ଣ୍ଣ ଲୋପ କରାଯିବା ସହିତ ଚଢ଼ାଉ ଜାରି ରହିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି

ad-week
Leave A Reply

Your email address will not be published.