ରେଳ ଷ୍ଟେସନ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ସମ୍ବନ୍ଧୀୟ ପଲ୍ଲୀସଭା

add-all

ମାଲାକନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ପୌର ପରିଷଦ ଅଂଚଳ ଏମ୍‌.ଭି. ୪୨ରେ ଆଗାମୀ ଦିନରେ ରେଳ ଷ୍ଟେସନ ହେବାକୁ ଥିବା ବେଲେ ଏହି ରେଳ ଷ୍ଟେସନ ନିମନ୍ତେ ଜମି ଅଧିଗ୍ରହଣ କା ର୍ଯ୍ୟକ୍ରମ ଆରମ୍ଭ ହୋଇଛିା ତେବେ ଏହି ରେଳ ଷ୍ଟେସନ ନିମନ୍ତେ ଏମ୍‌.ବି. ୪୨ ଗ୍ରାମର ୫୦ ଜଣ ଚାଷୀ ସେମାନଙ୍କ ଜମି ହରାଇବୋ ତେବେ ଏହି ବିଷୟକୁ ନେଇ ଆଜି ଏମ୍‌.ଭି. ୪୨ ଗ୍ରାମରେ ଏକ ପଲ୍ଲୀସଭା ଅ୍‌ନୁଷ୍ଠିତ ହୋଇଥିଲ।। ଏହି ପଲ୍ଲୀସଭାରେ କୋରାପୁଟ ଇଷ୍ଟ କୋଷ୍ଟ ରେଳ ବିଭାଗର ଭି.ଡି. ସୋମା ଲିଙ୍ଗମ୍‌, ଜମି ଅଧିଗ୍ରହଣ କା ର୍ଯ୍ୟକାରୀ ଅଧିକାରୀ ଅମୁଲ୍ୟ କୁମାର ସାହୁ ମାଲକାନଗିରି ପୌର ପରିଷଦ ଅଧ୍ୟ କ୍ଷ ମନୋଜ ବାରିକ, ପୌର ପରିଷଦ ନିର୍ୱାହୀ ଅଧିକାରୀ ଅଶୋକ ଚକ୍ରବର୍ତୀ, ଅତିରିକ୍ତ ତହସିଲଦାର ଜଗଦିଶ କାର୍ତାମୀ ପ୍ରମୁଖହ୍‌କ ସହ ଏମ୍‌.ଭି. ୪୨ ଗ୍ରାମବାସୀ ଉପସ୍ଥିତ ଥିଲୋ ଚାଷୀ ମାନେ ରେଳ ଷ୍ଟେସନ ନିର୍ମାଣ ହେଉଥିବାରୁ ସେମାନେ ଏହାକୁ ସ୍ୱାଗତ କରିଥିଲା ବେଳେ ସେମାନଙ୍କ ଚାଷ ଜମି ହରାଉଥିବାରୁ ଭବିଷ୍ୟତରେ ତାଙ୍କର ଉତରପୀଢି ଅସୁବିଧାର ସମ୍ମୁଖୀନ ହେବେ ବୋଲି ପ୍ରକାଶ କରିଥିଲୋ ତେବେ ସରକାରଙ୍କ ତରଫରୁ ଚାଷୀଙ୍କ ଜମି କ୍ଷତିପୁରଣ ସରକାରୀ ନିୟମ ଅନୁସାରେ ଦିଆ ଯିବ ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲୋ ତେବେ ଜମି ହରାଉଥିବା ଚାଷୀ ମାନେ ସରକାର ନିୟମ ଠାରୁ ଅଧିକ ଅର୍ଥ ଦାବୀ କରିଛନ୍ତିା ଏ ସମ୍ବନ୍ଧରେ ପ୍ରଶାସନ ସହ ଆଲୋଚନା କରା ଯୌାଇ ଆଗାମୀ ଏକ ସପ୍ତାହ ମଧ୍ୟରେ ପୁନର୍ୱାର ଆଉ ଏକ ପଲ୍ଲୀସଭା କରା ଯାଇ ନିଷ୍ପତି ନିଆ ଯିବ ବୋଲି ଉପସ୍ଥିତ ଅଧିକାରୀ ମାନେ ପ୍ରକାଶ କରିଥିଲେ ।

ad-week
Leave A Reply

Your email address will not be published.