ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟାଳୟରେ ସଫେଇ

add-all

ଛତ୍ରପୁର ସ୍ୱାଧିନତାର ସ୍ୱର୍ଣ୍ଣିମ ଜୟନ୍ତି ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ସରକାର ଅଗଷ୍ଟ ୧୫ ରୁ ଆରମ୍ଭ କରି ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତି ପର୍ଯ୍ୟନ୍ତ ଦୈନନ୍ଦିନ କାର୍ଯ୍ୟ ଖସଡା ପ୍ରସ୍ତୁତ କରି ରାଜ୍ୟର ସମସ୍ତ ଜିଲ୍ଲାର ଡିଏସଡବ୍ଲୁଓ ଏବଂ ଡିସିପିଓ ମାନଙ୍କୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ବୁଧବାର ତୃତୀୟ ଦିନରେ ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ଶିଶୁ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟ ଗୁଡିକର ସଫାସୁତୁରା ଓ ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଦିନତମାମ ଲାଗି ରହିଥିଲା । ସର୍ବ ପ୍ରଥମେ ସ୍ୱଚ୍ଛତା ଅଭିଯାନ ଓ ଗାନ୍ଧିଜୀଙ୍କ ଓଡିଶା ଭ୍ରମଣ ଶୀର୍ଷକ ଅନୁଯାୟୀ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ସୁରକ୍ଷା ଅଧିକାରୀ ଆନୁଷ୍ଠାନିକ ଯତ୍ନ ଶରତ ଚନ୍ଦ୍ର ମହାରଣା, ସୁଦାମ ପାଣିଗ୍ରାହୀ, ସୁଦୀପ କୁମାର ସାହୁ, ଶିବ ପ୍ରସାଦ ରଥ, ସୁଶାନ୍ତ କୁମାର ଗୌଡ, ଶିବ ପଲାଇ, ଆକ୍ସନ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.