ସ୍ୱାଭିମାନ ଅଞ୍ଚଳ ରେ  ମାଣ୍ଡିଆ ତଳି ରୋପl କାର୍ଯ୍ୟକ୍ରମ… 

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ  ଚିତ୍ରକୋଣ୍ଡା ସହର ସ୍ଥିତ ଶିଶୁ ଓ ମହିଳା କଲ୍ୟାଣ ସମିତି ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ, ୱାସନ ଅନୁଷ୍ଠାନ ଓ ଆତ୍ମା ସହାୟତାରେ ମିଲେଟ ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ଓ ମହିଳା କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ା, ପାପରମେଟେଲା, ରାଲେଗଡା଼ ଓ ଧୂଳିପୁଟ ପଞ୍ଚାୟତ ଅନ୍ତର୍ଭୁକ୍ତ ବିଭିନ୍ନ ଗ୍ରାମରେ ମାଣ୍ଡିଆ ଓ ସୁଆଁ ରୋପଣ ଚାଲିଛି l ଅନେକ ଗ୍ରାମର ଚାଷୀଙ୍କ ଜମିରେ ମାଣ୍ଡିଆ ସୁଆଁ ଚାଷ ନିମନ୍ତେ ବେଡ଼ ପ୍ରସ୍ତୁତି କରାଯାଇ ତଳି ପକାଯାଇ ଚାଷୀ ଜମି ପ୍ରସ୍ତୁତି କରି ତଳି ରୋପା କରିବା ଆରମ୍ଭ କରାଯାଇଛି l ଚଳିତ ବର୍ଷ ସ୍ୱାଭିମାନ ଅଞ୍ଚଳରେ ଏକ ହଜାର ନଅ ଶହ ଚାଷୀ ଙ୍କୁ ଚୟନ କରାଯାଇଛି ଏବଂ ୧୩୮୦ ହେକଟର ଜମିରେ ସୁଆଁ ମାଣ୍ଡିଆ ଚାଷ କରିବା ପାଇଁ ଚାଷୀ ଚୟନ କରାଯାଇଛି l  ଯେଉଁ ମାଣ୍ଡିଆ ଓ ସୁଆଁ ଚାଷ କେବଳ ଜୈବିକ ଖତ ସାରରେ ବ୍ୟବହାର କରାଯାଇ ଚାଷ କରାଯାଏ ଫଳରେ ଚାଷୀ ଦୁଇଗୁଡ଼ା ଅମଳ ପାଇଥାଏ l ତଥା ଏହି ମାଣ୍ଡିଆକୁ ମାଲକାନଗିରି ଜିଲ୍ଲାରେ ଲୋକେ ନିଜ ଖାଦ୍ୟ ରୂପେ ବ୍ୟବହାର କରନ୍ତି ଏବଂ ଚାଷରେ ମଧ୍ୟ ମିଲେଟ ମିଶନ କାର୍ଯ୍ୟକ୍ରମ ଅଗ୍ରଣୀ ଭୂମିକା ଗ୍ରହଣ କରିଛି l ସ୍ୱାଭିମାନ ଅଞ୍ଚଳରେ ଏହି କ୍ଷୁଦ୍ର ଶଶ୍ୟର ପୁନରୁଦ୍ଧାର କରାଯିବା ସହ ଚାଷୀ ନିଜେ ଖାଦ୍ୟ ରୂପେ ବ୍ୟବହାର କରିବା ସହ ଅଧିକ ଅମଳ କୁ ସରକାର ଙ୍କ ମାଣ୍ଡିଆ ମଣ୍ଡି  ରେ ବିକି ଭଲ ଦୁଇ ପଇସା ପାଇ ଲାଭ ପାଇ ପାରୁଛି ଓ ଚାଷୀ ଉତ୍ସଚ୍ଛାହିତ ହେବା ପାଇଁ ପ୍ରୋତ୍ସାହନ ରାଶି ମଧ୍ୟ ପାଇଛନ୍ତି  l ବିଭିନ୍ନ ସ୍ଥାନରେ ଗୋଷ୍ଠୀ ମାଧ୍ୟମରେ ମାଣ୍ଡିଆ ଗୁଣ୍ଡ କରିବା ଯନ୍ତ୍ର ମଧ୍ୟ ପ୍ରଦାନ କରାଯାଇଛି l ତିନି ଚାରି ବର୍ଷ ଚାଷୀ ମାଣ୍ଡିଆ ମାଣ୍ଡିରେ ମାଣ୍ଡିଆ ବିକ୍ରି ଭଲ ଦୁଇ ପଇସା ପାଇ ଉପକୃତ ହେଉଛନ୍ତି l ଗଲା ବର୍ଷ ଚାଷୀ ମାଣ୍ଡିଆ କିଗ୍ରା ପ୍ରତି ଟ.୩୨.୯୫ ପଇସାରେ ମଣ୍ଡି ରେ ବିକି ଭଲ ଲାଭବାନ ହୋଇଥିଲା l ଏଥି ସହିତ  ଜିଲ୍ଲାରେ ମାଣ୍ଡିଆ ଚାଷ କରୁଥିବା ମହିଳା ଗୋଷ୍ଠୀ ସଦସ୍ୟା,ମାଣ୍ଡିଆ ଚାଷୀ ଓ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପି ମାନଙ୍କୁ ନେଇ ମାଣ୍ଡିଆରେ ବିଭିନ୍ନ ପ୍ରକାରର ପ୍ରସ୍ତୁତ ଜଳଖିଆ ସମ୍ପର୍କରେ ଜ୍ଞାନ କୌଶଳ ପ୍ରଦାନ କରାଯାଇ ଅନେକ ପ୍ରକାରର ଜଳଖିଆ ତିଆରି କରି ଦେଖାଯିବା ସହିତ ଭିନ୍ନ ଭିନ୍ନ ଜଳଖିଆ ଅନୁଯାୟୀ ଭାଗମାପ ଓ ପ୍ରସ୍ତୁତ ସମ୍ପର୍କରେ ଅବଗତ କରାଯାଉଛି । କେବଳ ଯେ ମାଣ୍ଡିଆ କୁ ମାଣ୍ଡିଆ ପେଜ କି ଖିରି କରି ଖାଇବା ଏକ ମାତ୍ର ବ୍ୟବହାରର ଉପାୟ ନୁହେଁ ବରଂ ମାଣ୍ଡିଆର ଚାହିଦା ତଥା ସ୍ୱାସ୍ଥ୍ୟ ଉପଯୋଗୀ ଉପାଦେୟତାକୁ ଆଖି ଆଗରେ ରଖି ମାଣ୍ଡିଆ କୁ ଭିନ୍ନ ଭିନ୍ନ ଉପାୟରେ ଉପଯୋଗ କରି ବହୁ ପ୍ରକାରର ଜଳଖିଆ ଓ ଖାଦ୍ୟ ପଦାର୍ଥ ତିଆରି କରିହେବ ଯଥା -ବରା, ପକୁଡି, ଇଟିଲି, ଆଳୁଚପ, ଚକୁଳି ପିଠା, ଉପମା, ବିରିୟାନୀ, ଦହିବରା, ଗୋଲାପଜାମୁ, ରସକୋଲା, ବିଭିର୍ନ ପକଡା, ବାଇଗିଣି, ଖିରି, ପୋଡପିଠା, ବିସ୍କୁଟ, କେକ,ପୋଡ ମିଠା,  ପିଆଜି, ସିଙ୍ଗଡ଼ା ଭଳି ବହୁ ପ୍ରକାରର ଖାଦ୍ୟ ତିଆରି କରାଯାଇ ପାରିବ ଯାହାକି ଦୈନିକ ନିଜେ ଖାଦ୍ୟ ଓ ଜଳଖିଆ ଭାବେ ବ୍ୟବହାରର ଫାଇଦା ଉଠାଇବା ସହିତ ଜଣେ ଚାଷୀ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଉକ୍ତ ଜଳଖିଆ ଦୋକାନ କରି ମଧ୍ୟ ନିଜେ ସ୍ୱାବଲମ୍ବୀ ହୋଇ ପାରିବ. ଏଣୁ ମାଣ୍ଡିଆ ତିଆରି ଜଳଖିଆର ଚାହିଦା ଏକ ସ୍ୱତନ୍ତ୍ର ପରିଚୟ ପରିଚୟ ସୃଷ୍ଟି ହୋଇ ପାରିବ ଏବଂ ବ୍ୟବସାୟୀ ମଧ୍ୟ ଦୁଇ ପଇସା ଭଲ ରୋଜଗାର କରି ଜୀବନ ଜୀବିକା ରେ ସହାୟକ ହୋଇ ପାରିବ,ଉକ୍ତ କାର୍ଯ୍ୟକ୍ରମ କୁ ମିଲେଟ ମିଶନ ପ୍ରକଳ୍ପ ସଂଯୋଜକ ତପନ କୁମାର ରଥ,ସୁରେଶ ଚନ୍ଦ୍ର ପୂଜାରୀ, ତ୍ରିନାଥ ଖେମୁଡୁ ଓ ରାକେଶ ମହାରଣା ପରିଚାଳନା କରୁଛନ୍ତି l

ad-week
Leave A Reply

Your email address will not be published.