ଗଛ ପଡି ଦୀର୍ଘ ସମୟ ଧରି ମାଲକାନଗିରି ରୁ ସୁକୁମାକୁ ଯାତାୟାତ ବାଧା ପ୍ରାପ୍ତ…

add-all

ମାଲକାନଗିରି : ମାଲକାନଗିରି ରୁ ଛତିଶଗଡର ସୁକୁମା ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ଧରି ଯାତାୟତ ବାଧାପ୍ରାପ୍ତ । ମାଲକାନଗିରି ଜିଲ୍ଲା ସଦର ମହକୁମାରୁ ଛତିଶଗଡର ସୁକୁମା ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଟିଟିବେରୀ ଗ୍ରାମ ନିକଟରେ ଆଜି ଏକ ବିଶାଳକାୟ ଗଛ ପବନ ମାଡରେ ଭୁଶୁଡି ପଡିଥିଲା । ଫଳରେ ରାସ୍ତାଟି ସମ୍ପୂର୍ଣ ରୂପେ ଅବରୋଧ ହୋଇ ଯାଇଥିଲା। ସୁକୁମା ଓ ମାଲକାନଗିରିକୁ ସଂଯୋଗ କରୁଥିବା ଏହା ଏକ ମାତ୍ର ମୁଖ୍ୟ ରାସ୍ତା ହୋଇଥିବା ବେଳେ ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ଧରି ଉଭୟ ପାଶ୍ୱରୁ ଆସୁଥିବା ଅନେକ ଗାଡି ଓ ଯାତ୍ରୀବାହୀ ବସ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଥିଲା। ପରେ ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ପଡିଥିବା ଗଛଟିକୁ କାଟି ରାସ୍ତା ସଫା କରିଥିଲେ । ଏହାପରେ ଯାତାୟତରେ ସୁଧାର ଆସିଥିଲା ।

ad-week
Leave A Reply

Your email address will not be published.