ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ତୁମୁଡିବନ୍ଧରେ ଜନ୍ମାଷ୍ଟମୀ ପାଳିତ…

add-all

ଫୁଲବାଣୀ:-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୁମୁଡିବନ୍ଧରେ ପବିତ୍ର ଜନ୍ମାଷ୍ଟମୀ ମହା ଜାକଜକମରେ ଓ ପାରମ୍ପରିକ ରୀତିରେ ପାଳିତ ହୋଇ ଯାଇଛି l ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ କୃଷ୍ଣ, ବଳରାମ, ନନ୍ଦରାଜା, ଯଶୋଦା, ଦେବକୀ, ବସୁଦେବ, ରୋହିଣୀ, ରାଧାରାଣୀ, ଗୋପନାରୀ , ବଳରାମ, ଅକ୍ରୁର, ସୁଦାମା, କଂସ, ମୁଦୁସୁଲୀ , ଉଗ୍ର ସେନ, ଗୋପ ବାଳକ ଇତ୍ୟାଦି ବହୁ ବେଶରେ ବିଭିନ୍ନ ସାହିରେ ନଦିଆ କୀର୍ତ୍ତନ ଓ ସଙ୍ଗୀତର ତାଳେ ତାଳେ ଶ୍ରୀକୃଷ୍ଣ ଜନ୍ମ, ବିଜୁଳି କନ୍ୟା, ନନ୍ଦ ଉତ୍ସବ, ଦଧିଭାଣ୍ଡ, ଗିରି ଗୋବର୍ଦ୍ଧନ, ଧନୁଯାତ୍ରା ଆଦି ଲୀଳାକୁ ପ୍ରଦର୍ଶିତ କରିଥିଲେ ଯାହାକି ସାରା ସହରରେ ଚର୍ଚ୍ଚାର ବିଷୟ ହେବା ସହ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା l ଅପରାହ୍ଣରେ ଜନ୍ମାଷ୍ଟମୀ ଉତ୍ସବ ଓ ସଭା ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଗବେଷକ, ସୁସାହିତ୍ୟିକ ତଥା ଓଡିଶା ସରକାରଙ୍କ ଅବସରପ୍ରାପ୍ତ ବିତ୍ତ ପରାମର୍ଶଦାତା ଶ୍ରୀ କ୍ଷେତ୍ର ମୋହନ ମlନସେଠ, ସାମ୍ନାନିତ ଅତିଥି ତୁମୁଡିବନ୍ଧ ପଞ୍ଚାୟତ ସମିତିର ଅଧ୍ୟକ୍ଷl ବlସନ୍ତି ମାଝି, ସମିତି ସଭ୍ୟା ସୁଭଦ୍ରା ବେହେରଦଳାଇ ପ୍ରମୁଖ ଉପସ୍ଥିତ ରହି ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେବା ସହ ଅମୃତ ମହୋତ୍ସବ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଭାଇ ଭଉଣୀ ଓ ଅଭିଭାବିକା ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସଭାପତି ଶ୍ରୀ ପୁରୁଷୋତ୍ତମ ଲେଙ୍କା ଅଧ୍ୟକ୍ଷତା କରିଥିଲେ l ଏଥିରେ ବହୁ ଅଭିଭାବିକା ଅଭିଭାବକ ଯୋଗ ଦେବା ସହିତ ସର୍ବଶ୍ରୀ ଉପଦେଷ୍ଠା ରାମକୃଷ୍ଣ ପାଢ଼ୀ , ପ୍ରସନ୍ନ ସାହୁ, ସୁଶାନ୍ତ ପାତ୍ର, ଉମାକାନ୍ତ ପାତ୍ର, ଶରତ ସାହୁ , ଚନ୍ଦ୍ରମଣି ପଣ୍ଡା, କୈଳାଶ ପାଢ଼ୀ, ପ୍ରଶାନ୍ତ ସାହୁ ଏବଂ ମାତୃଭାରତୀ ର ସ୍ଵାଗତିକା ସାହୁ, ମଧୁମିତା ବେହେରା, ବିଷ୍ଣୁ ପ୍ରୀୟା ସାହୁ, ମମୀତl ମାଝି, ସସ୍ମିତା ଭୋଇ ସହିତ ଗୁରୁମା ନିର୍ମଳା ରାଓ, ସସ୍ମିତା ପଣ୍ଡା, ସରସ୍ବତୀ ନାୟକ ପୁଷ୍ପଲତା ନାୟକ ଅଭିମନ୍ୟୁ ନାୟକ ପ୍ରମୋଦ ନାୟକ ପ୍ରଭୃତି ସକ୍ରିୟ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.