ପାଣ୍ଡିପାଣି ଆଶ୍ରମ ବିଦ୍ୟାଳୟରେ ଛାତ୍ରର ମୃତ୍ୟୁକୁ ନେଇ ଉତେଜନା…

add-all

ମାଲକାନଗିରି : ମାଲକାଗିରି ଜିଲ୍ଲା ସଦର ବ୍ଲକ ପାଣ୍ଡିପାଣି ଆଶ୍ରମ ବିଦ୍ୟାଳୟ ରେ ଗତ କାଲି ଜଣେ ନବମ ଶ୍ରେଣୀର ଛାତ୍ର ପେଟ ଵ୍ୟଥା ଯୋଗୁଁ ଅସୁସ୍ଥ ହୋଇପଡିଥିଲା । ତେବେ ଏହି ଘଟଣା ହଷ୍ଟେଲ ବା ସ୍କୁଲରେ ଥିବା କର୍ତୁପକ୍ଷଙ୍କୁ ଅଵଗତ କରାଯାଇଥିଲା କିନ୍ତୁ ଛାତ୍ରଙ୍କ ଅସୁସ୍ଥ ହେବା ଘଟଣାକୁ ହଷ୍ଟେଲ କର୍ତୁପକ୍ଷ ଗୁରୁତର ସହ ନେଇନଥିଲେ। ସେହି ଛାତ୍ରକୁ କିଛି ଔଷଧ ଦେଇ ବସିଗଲେ ହଷ୍ଟେଲ କର୍ତୁପକ୍ଷ କାମ ସାରିଦେଇ ଥିଲେ । ତେବେ ଆଜି ଦେହ ଅଧିକ ଖରାପ ହେବାରୁ ତାକୁ ପ୍ରଥମେ ପାଣ୍ଡ୍ରିପାଣି ଓ ପରେ ମାଲକାନଗିରି ଚିକିତ୍ସାଳୟ କୁ ଅଣାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାର ମୃତ୍ୟୁ ଘଟିଥିଲା । ସୂଚନା ମୁତାବକ ମୃତ ନବମ ଶ୍ରେଣୀ ଛାତ୍ର ନାମ ସନିଆ ଦୋରା,ଘର ପୋଡଭାଟା ଗ୍ରାମରେ । ବାପା ମା ମୃତ୍ୟୁ ପରେ ଉଚ୍ଚଶିକ୍ଷା ପାଇଁ ତାକୁ ହଷ୍ଟେଲ ରେ ଆଡ଼ମିସ କରାଯାଇଥାଲା ତେବେ ବର୍ତମାନ ଏହି ଛାତ୍ରର ମୃତ୍ୟୁକୁ ନେଇ ଗ୍ରାମବାସି ମାନେ ବିଦ୍ୟାଳୟ କର୍ତୁପକ୍ଷ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.