ନବବଧୂର ମୃତ୍ୟୁ : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…

add-all


ଚିକିଟି– ଗଞ୍ଜାମ ଜିଲ୍ଲା କେ-ନୂଆଗାଁ ଥାନା ଅନ୍ତର୍ଗତ ଧାନରାଶି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଗତ ଫେବୃୟାରୀ ମାସରେ ଆସିକା କଇଁଫୁଲିଆ ଛକର ସସ୍ମିତା ପାତ୍ରଙ୍କ ଧାନରାଶି ଗ୍ରାମର ମାଲେଶୁ ପାତ୍ରଙ୍କ ପୁତ୍ର କ୍ରିଷ୍ଣା ପାତ୍ରଙ୍କ ସହ ବାହାଘର ହୋଇଥିଲା। ଆଜି ସକାଳେ ଶ୍ୱଶୁର ଘରେ ନବବଧୁଙ୍କ ମୃତ ଦେହ ପଡ଼ି ଥିବା ଦେଖି ଗାଁ ଲୋକେ ବାପା ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ବାପା ଘର ଲୋକେ ଆସି କେ-ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ଦ୍ୱାରା ଜାଞ୍ଚ ଆରମ୍ଭ କରିଛି। ମାଲେଶୁ ପାତ୍ର ଏବଂ ତାଙ୍କ ସପରିବାର ଫେରାର ଅଛନ୍ତି ଘରେ କେବଳ ମୃତ ଦେହ ହିଁ ପଡ଼ି ରହିଥିଲା ଏବଂ ମୃତ ଶରୀର ବେକରେ ନଖ ଚିହ୍ନ ଦେଖି ନବବଧୂର ବାପା ଘର ଓ ଗାଁ ଲୋକେ ଏହା ଆତ୍ମହତ୍ୟା ନାହିଁ ହତ୍ୟା କରାଯାଇଥିବା କହିଛନ୍ତି। ଘଟଣାର ଅସଲୀ ରହସ୍ୟ ପୋଲିସ ର ତଦନ୍ତ ପରେ ହିଁ ଜଣାପଡିବ।

ad-week
Leave A Reply

Your email address will not be published.