ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ହେଲେ କନ୍ଧମାଳର ପର୍ଯ୍ୟବେକ୍ଷକ

add-all

ଦାରିଙ୍ଗବାଡ଼ି, ୧୯/୦୮ ରାଜ୍ୟ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କନ୍ଧମାଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇବା ପରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ତାଙ୍କ ସହାୟକ ପ୍ରମୋଦ ମାଝୀ ଶ୍ରୀ ମିଶ୍ରଙ୍କୁ ଭେଟି ଫୁଲତୋଡ଼ା ଦେଇ ସ୍ଵାଗତ କରିଛନ୍ତି l ତାଙ୍କ ନେତୃତ୍ୱରେ ଜିଲ୍ଲାରେ ଦଳୀୟ ସଂଗଠନ ମଜଭୁତ ହେବ ଆଉ ଆଗାମୀ ନିର୍ବାଚନରେ ଦଳ ପୁଣି ବାଜିମାତ କରିବ ବୋଲି ବିଧାୟକ ସାଲୁଗା ପ୍ରଧାନ ଆଶା ପୋଷଣ କରିଛନ୍ତି l ସୂଚନା ଯୋଗ୍ୟ, ଯେ କନ୍ଧମାଳ ଜିଲ୍ଲା ସମେତ ଅନ୍ୟାନ୍ୟ କେତଟି ଜିଲ୍ଲା ପାଈଁ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଶ୍ରୀ ମିଶ୍ରଙ୍କୁ ଏହି ନିଯୁକ୍ତି ଦେଇଛନ୍ତି l ଶାସକ ବିଜେଡି ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ପାଈଁ ଏହି ନିଯୁକ୍ତି ଦେଇଛନ୍ତି l ଶ୍ରୀ ମିଶ୍ରଙ୍କ ନିଯୁକ୍ତି ପରେ ଜିଲା ସମେତ, ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାରିଙ୍ଗବାଡି, ରାଇକିଆ, ଜି ଉଦୟଗିରି ଓ ଟିକାବାଲି ବ୍ଲକରେ ବିଜେଡି ସଂଗଠନ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ ହେବ ବୋଲି କର୍ମୀ ମହଲରେ ଆଶା ପକଟ ପାଇଛି। ପ୍ରକାଶ ଥାଉକି ୨୦୧୪ ରେ ସାଂସଦ ହେମେନ୍ଦ୍ର ସିଂଙ୍କ ମୃତ୍ୟୁରେ ହୋଇଥିବା ସାନି ନିର୍ବାଚନରେ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ କନ୍ଧମାଳ ସାଂସଦ ପାର୍ଥି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଦେବୀ ଲକ୍ଷାଧିକ ଭୋଟ ପାଇ ବିଜୟୀ ହୋଇଥିଲେl

ad-week
Leave A Reply

Your email address will not be published.