ଲଘୁଚାପ ଜନିତ ବର୍ଷାରେ ଗଦାପୁର ଗ୍ରାମପଞ୍ଚାୟତ ଅଂଚଳର କ୍ଷୟକ୍ଷତି ବୁଲି ଦେଖିଲେ ଜିଲା କଂଗ୍ରେସ ମହିଳା ସଭାନେତ୍ରୀ

add-all

ଦାରିଙ୍ଗବାଡ଼ି, ୨୦/୮, (ନିପ୍ର) ଲଘୁଚାପ ଜନିତ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ବେହାଲ। କେଉଁଟି ପାହାଡ ଅତଡା ଖସି ରାସ୍ତା ଅବରୋଧ ରହିଛିତ କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଛି, କେଉଁଠି କେଉଁଠି ଲଗାଣ ବର୍ଷାରେ ରାସ୍ତା ପାର୍ଶ୍ଵ ମାଟି ଅତଡା ଖସି ଗମନା ଗମନରେ ବିପଦ ସଂକୁଳ ପରିସ୍ଥିତି ଉପୁଜିଥିବା ସହିତ ଗ୍ରାମାଞ୍ଚଳରେ ଘର କାନ୍ଥ ଭୁଶୁଡି ଘରେଘରେ ବର୍ଷା ପାଣି ପସି ସାଧାରଣ ଜିବନ ଯାତ୍ରାରେ ବାଧା ଉପୁଜି ଥିବା ଖବର ହସ୍ତଗତ ହୋଇଛି। ସର୍ଵ ସାଧାରଣଙ୍କ ଏହି ଦୁର୍ଦିନରେ ବ୍ଲକ ଓ ତହସିଲ ପକ୍ଷରୁ ସର୍ଵ ନିମ୍ନ ସହାୟତା ଯାହାକି ପଲିଥିନ ଖଣ୍ଡିଏବି ଯୋଗାଇ ଦିଆ ଯାଇନଥିବା ଖବର ହସ୍ତଗତ ହୋଇଛି। ଏହି ପରିପ୍ରେକ୍ଷୀରେ ଲଗାଣ ବର୍ଷାରେ ଗଦାପୁର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥବା ଖବର ପାଇ ସମିତି ସଭ୍ୟା ତଥା କନ୍ଧମାଳ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ରୁଦା ମଲିକ ମାଣ୍ଡିପଙ୍କା, ଗଦାପୁର, ମେରାମା ଧୁସାରିଗାଁ ପରିଦର୍ଶନରେ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ କ୍ଷୟକ୍ଷତି ସମ୍ପର୍କରେ ଗଦାପୁର ରାଜସ୍ୱ ନିରୀକ୍ଷକ ଜିତୁ ସାହଙ୍କୁ ଅବଗତ କରି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। କ୍ଷୟ କ୍ଷତି ପରିବାର ବର୍ଗ ହେଲେ ମାଣ୍ଡିପଙ୍କା ଗ୍ରାମର କୁନ୍ତଳା ବଳିୟାରସିଂ, ମାଧୁରୀ ନାୟକ, ଧୁସାରି ଗ୍ରାମର ରବିନ୍ଦ୍ର ବଳିୟାରସିଂ, ସବିତା ନାୟକ, ଝିଲି ନାୟକ, ରାଇଜନି ବଳିୟାରସିଂ, ମେରୀ ବଳିୟାରସିଂ, ଗଦାପୁର ଗ୍ରାମର ଶ୍ୟାମ ବଳିୟାରସିଂ, ଦିଲିପ ବଳିୟାରସିଂ, ମେରାମହା ଗ୍ରାମର ସୁବାଷ ବିଶୋଇ, ସାଇବାଣୀ ବିଶୋଇ ଓ କାର୍ତ୍ତିକ ବିଶୋଇଙ୍କ ଘର କାନ୍ଥ ଭୁଶୁଡି ପଡିଥିବା ବେଳେ ସେହିଭଳି ଗଦାପୁର ଗ୍ରାମର ଆନାମୀ ମଣ୍ଡଳ ନାୟକ ଓ ସିକେନ୍ଦ୍ର ମଣ୍ଡଳ ନାୟକ ରାସନ କାର୍ଡ ପାଇ ଏକ ବର୍ଷ ହୋଇ ଥିଲେ ସୁଧା ରାସନ ସାମଗ୍ରୀ ପାଇନଥିବା ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ସୂଚନା ଦେଇଛନ୍ତି। ରାସନ ସାମଗ୍ରୀ ମିଳି ନଥିବା ନେଇଁ ବ୍ଲକ ଯୋଗାଣ ନିରୀକ୍ଷାକଙ୍କୁ ଯୋଗା ଯୋଗ କରା ଯିବାରୁ ଅତିଶୀ ଶୀଘ୍ର ରାସନ ପାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। କନ୍ଧମାଳ ଜିଲା କଂଗ୍ରେସ ମହଳା ସଭା ନେତ୍ରୀ ତଥା ଗଦାପୁର ପଂଚାୟତ ସମିତି ସଭ୍ୟା ଶ୍ରୀମତୀ ରୁଦା ମଳିକଙ୍କ ଏହି ଗସ୍ତରେ ଗଦାପୁର ପଂଚାୟତ ବାସୀ ସାଧୁବାଦ ଜଣାଇଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.