ସଦଭାବନା ଦିବସ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ପୋଲିସ ହାଇସ୍କୁଲ ଫୁଲବାଣୀ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସଦଭାବନା ଦିବସ (ରାଜୀବ ଗାନ୍ଧୀ )ଦିବସ ପାଳିତ ହୋଇ ଯାଇଅଛି ।ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇଥିବାବେଳେ ସାଂମ୍ମାନୀତ ଅତିଥି ଭାବରେ ସଂକୃତ ଶିକ୍ଷକ ଗୌରୀ ଶଙ୍କର ମହାପାତ୍ର, ହିନ୍ଦୀ ଶିକ୍ଷକ ସନ୍ତୋଷ କୁମାର ମିଶ୍ର,ଖେଳଶିକ୍ଷକ ରାଜ କିଶୋର ସ୍ୱାଇଁ, ଓଡିୟା ଶିକ୍ଷୟତ୍ରୀ କୁନ୍ତଳା ତ୍ରିପାଠୀ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା,ସ୍ୱେଚ୍ଛା ସେବୀ ,ରୀତିମା ବାଘ, ପ୍ରମୁଖ ଯୋଗ ଦେଇ ଥିଲେ ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ର ଛାତ୍ରୀମାନେ ଯୋଗ ଦେଇ ଥିଲେ ।ଛାତ୍ର ଛାତ୍ରୀ ମାନଙ୍କ ର ମଧ୍ୟରେ ବକୃତା ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ଯୋତିର୍ମୟୀ ମିଶ୍ର ପ୍ରଥମ, ସୁଚିତ୍ରା ସାହୁ ଦ୍ୱିତୀୟ ଏବଂଆୟୁଷ କୁମାର ବେହେରା ତୃତୀୟ ହୋଇ ଥିଲେ ସେହିପରି କୁଇଜ ପ୍ରତିଯୋଗିତାରେ ପ୍ରିୟଙ୍କା ପାତ୍ର ପ୍ରଥମ, ପି. ପ୍ରେମ କୁମାର ଦ୍ୱିତୀୟ ଏବଂ ଗୁଞ୍ଜନ ସାହୁ ତୃତୀୟ ହୋଇ ଥିଲେ ।ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।ବକୃତା ଓ କୁଇଜ ପ୍ରତିଯୋଗୀତରେ ବିଜୟୀ ପ୍ରତି ଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛା ସେବୀ ରୀତିମା ବାଘ ମୁଖ୍ୟ ଅତିଥି,ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ମାନଙ୍କୁ ସ୍ୱାଗତ କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

ad-week
Leave A Reply

Your email address will not be published.