ନଦୀ ସ୍ରୋତ ରେ ଭାସି ଯୁବତୀ ମୃତ୍ୟୁ…

add-all


ଝରୀଗାଁ : ବନ୍ୟା ସ୍ରୋତ ରେ ଭାସିଗଲା ଯୁବତୀ ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଳା ଝରୀଗାଁ ବ୍ଲକ ଅନ୍ତରଗତ ଚଚା ଗ୍ରାମ ପଞ୍ଚାୟତ ର ଗୋବାଗୁଡା ଗ୍ରାମ ର ଝିଅ ତୁଲାବତୀ ଜାନୀ, ସେ ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ନିକଟସ୍ଥ ନଦୀ ପାର ହେବା ସମୟରେ ପାଣି ସ୍ରୋତ ରେ ସେ ଭାସି ଯାଇଥିଲା l ନଦୀ ଠାରୁ ୫ କିମି ଦୂରରେ ଏକ ଗଛରେ ଲାଗି ରହିଯାଇଥିଲା ମୃତ ତୁଲାବତୀ । କିଛି ବ୍ୟକ୍ତି ଏହା ଦେଖିବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲେ ଖବର ପାଇଁ ଝରିଗାଁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମାଝୀ ଅଗ୍ନିସମ ବିଭାଗ ଓ ସ୍ଥାନୀୟ ଝରିଗାଁ ଥାନା ଅଧିକାରୀ ପହଞ୍ଚି

ଶବ ଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଝରିଗାଁ ପଠାଇଥିଲେ। ଅଞ୍ଚଳ ବାସୀ ସରକାର ତରଫରୁ ମୃତ ପରିବାର କୁ ସରକାରୀ ସହାୟତା କେମିତି ଶୀଘ୍ର ମିଳିବ ଏହାକୁ ନେଇ ସ୍ଥାନୀୟ ତହସିଲଦାର ଙ୍କ ନିକଟରେ ଦାବି କରିଥିଲେ।

ad-week
Leave A Reply

Your email address will not be published.