ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଟିମର ଚିକିଟି ଗସ୍ତ

add-all

ଚିକିଟି : ଗଂଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଟିମର ତିନିଜଣିଆ ଟିମ ସୋମବାର ଚିକିଟି ବ୍ଲକ ଗସ୍ତ କରି ବ୍ଲକର ତିନୋଟି ବିଦ୍ୟାଳୟ ଗସ୍ତ କରିଛନ୍ତି। ବାଳିକା ପ୍ରାଥମିକ ବିଦ୍ୟାଳୟ ଚିକିଟି ପେଣ୍ଠ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରବାଲୁଆ ଏବଂ ପ୍ରାଥମିକ ବିଦ୍ୟାଳୟ କୋଳଥିଆ ଯାଇ ବିଦ୍ୟାଳୟର ବିଦ୍ୟା ପ୍ରବେଶ ,ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଆଦି କାର୍ଯ୍ୟ ବୁଲି ଦେଖି ଵିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ । ଏହି ଟିମରେ ଡ଼. ସୁଚିତ୍ରା ମହାପାତ୍ର,ଅଭିରାମ ବିଶ୍ୱାଳ ଓ ନିବେଦିତା ପାଢ଼ୀ ରହିଥିବା ବେଳେ ଟିମ ସହିତ ଏବିଇଓ ସୀମାଞ୍ଚଳ ପଣ୍ଡା ଓ ଏନଏସି କ୍ଲଷ୍ଟର ସିଆରସିସି ସଂହିତା ମହାନ୍ତି ଉପସ୍ଥିତ ଥିଲେ |

ad-week
Leave A Reply

Your email address will not be published.