କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ବ୍ରାହ୍ମଣୀଗାଁରେ କଂଗ୍ରେସର ବିକ୍ଷୋଭ

add-all

ଦାରିଙ୍ଗବାଡ଼ି,୨୨/୮: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ଆଜି ହାଟବାର ଥିବାରୁ କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ସଚେତନତା ସଭାର ଆୟୋଜନ କରାଯାଇ ଥିଲା। ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟ କ୍ରମରେ ବର୍ତ୍ତମାନର ଦରବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି କଂଗ୍ରେସ କହିଥିଲା । ଦରଦାମ ବୃଦ୍ଧି ହେବା ଫଳରେ ସାଧାରଣ ଜନତା ବହୁ ହଇରାଣ ହରକତ ହେଉଥିବା ମହିଳା ସଭାନେତ୍ରୀ ନିଜ ବକ୍ତବ୍ୟରେ ରଖିଥିଲେ। ଏମ୍ ପି ସ୍ୟାଗ ମେଣ୍ଟ ପର୍ଯ୍ୟବ୍ୟକ୍ଷକ ଅମିର ଚାନ୍ଦ ନାୟକ କଂଗ୍ରେସ ସମୟରେ କଣ ସବୁ ଜନହିତକର ଯୋଜନା ହୋଇଥିଲା ଓ ବର୍ତ୍ତମାନ କିଭଳି ବେକାରୀ ସମସ୍ୟା ବଢିଛି, କିରୋସିନ ଓ ପେଟ୍ରୋଲ ଦର ବୃଦ୍ଧିରେ ସାଧାରଣ ଜନତା ପରୋକ୍ଷରେ କିଭଳି ଶୋଷଣ ହେଉଛନ୍ତି ଓ ରୋଜଗାର ନାଁରେ ବାହାର ରାଜ୍ୟକୁ ଯାଇ ମରଣ ମୁଁହରେ ପଡୁଛନ୍ତି ନିଜ ବକ୍ତବ୍ୟରେ ରଖି ଥିଲେ। ଏହି କାର୍ଯ୍ୟକ୍ରମରେ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟା ଦୀପିକା ମାଝୀ, ସମାଜ଼ ସେବୀ ତଥା ମହିଳା ନେତ୍ରୀ ବିଳାସିନି ନାୟକ, ତିଆଡି ନାୟକ, ନାଗେଶ୍ୱର ପ୍ରଧାନ, ସାମାଜିକ କର୍ମୀ ପ୍ରଶାନ୍ତ ରଣଜିତ, ବିଦ୍ୟାଧର ନାୟକ, ବ୍ଲକ ସମ୍ପାଦକ ଶରତ ବଳିୟାରସିଂ, ଜିଲା ଉପ ସଭାପତି କରମସିଂ ନାୟକ, ବ୍ରାହ୍ମଣୀଗାଁ ପଂଚାୟତ ସଭାପତି ମାରିଆନ ସିଂ ସମେତ ଅଞ୍ଚଳର କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ପଞ୍ଚାୟତ ସଭାପତି ମାରିଆନ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବ୍ଲକ ସମ୍ପାଦକ ଶରତ ବଳିୟାରସିଂ ସଂଯୋଜନା କରିଥିଲେ।

ad-week
Leave A Reply

Your email address will not be published.