ପୁଣି ସଭାପତି ପଦ ହାତେଇଲେ ବିଷ୍ଣୁ ମଲ୍ଲିକ ଓ ସୁନିଲ ସେଠୀ

add-all

ଫୁଲବାଣୀ (୨୩ /୦୮) : କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଛାତ୍ରନେତା ସୁନୀଲ ସେଠୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି । ରାଜ୍ୟ ଛାତ୍ର ବିଜୁ ଜନତା ଦଳ ସଭାପତି ସୁପାରିଶ ସାଙ୍ଗକୁ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ ସୁନୀଲଙ୍କ ଲୋକପ୍ରିୟତା, ସାଙ୍ଗଠନିକ ଦକ୍ଷତାକୁ, ଦଳପ୍ରତି ଅନୁଗତ୍ୟକୁ ଭିତ୍ତିକରି ପୁନଃ ଏହି ନିଯୁକ୍ତି ଦିଆଯାଇଥିବାଜଣାପଡିଛି। ସେହିପରି ବିଷ୍ଣୁ ଚରଣ ମଲ୍ଲିକଙ୍କୁ ମଧ୍ୟ ପୁଣି ଆଉ ଥରେ ଜିଲ୍ଲା ଯୁବ ସଭାପତି ଭାବେ କାର୍ଯ୍ୟଭାର ସମ୍ଭାଳିବାକୁ ଦାୟିତ୍ୱ ଦିଆ ଯାଇଛି। ଗତ ପଞ୍ଚାୟତ ନିର୍ବାଚନରେ ନିଜର ଅକ୍ଳାନ୍ତ ପରିଶ୍ରମ ଜନ ସମ୍ପର୍କ ବଳରେ ବିଜେଡ଼ି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇ ପାରିଥିଲେ।ତେଣୁ ଉଭୟଙ୍କୁ ପୁନଃ ସେଇ ପଦବୀରେ ବିଜେଡି ସୁପ୍ରିମୋ ଦାୟିତ୍ୱ ଭାର ବହନ କରିବାକୁ ମନୋନୀତ କରାଯାଇଛି। ସେହିପରି ଟାଣୁଆ ଛାତ୍ରନେତା ଶତୃଘ୍ନ ମହାନନ୍ଦିଆଙ୍କୁ ରାଜ୍ୟ ସଂପାଦକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି । ଫଳରେ ବିଭିନ୍ନ ମହଲରେ ସେମାନଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିଛି । ନବ ନିଯୁକ୍ତ ଏହି ଦୁଇ ଛାତ୍ରନେତାଙ୍କୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅଭିନନ୍ଦନ ଜଣାଇବା ସହ ଏମାନଙ୍କ ଦୃଢ ନେତୃତ୍ଵରେ ଛାତ୍ର ସଂଗଠନ ଅଧିକ ଶକ୍ତିଶାଳୀ ହେବ ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କହିଛନ୍ତି। ସେହିପରି ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ମଧ୍ୟ ବିଜୁ ଛାତ୍ରଜନତା ଦଳ ଜିଲ୍ଲା ସଭାପତି ସୁନୀଲ ସେଠୀ ଓ ରାଜ୍ୟ ସଂପାଦକ ଶତୃଘ୍ନ ମହାନନ୍ଦିଆଙ୍କୁ ଶୁଭେଛା ଜଣାଇବା ସହ ଦଳର ସଂଗଠନ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ସେହିପରି ନଗର ସଭାପତି ସୁଧୀର କହଁରଙ୍କ ସମେତ ବିଜେଡି ଯୁବନେତା ରାଜେନ୍ଦ୍ର ପାଢୀ,ମୃତ୍ୟୁଞ୍ଜୟ ପେରା। ସଂଖ୍ୟାଲଘୁ ସଂପ୍ରଦାୟର ମହମ୍ମଦ ୟାସିନ ବେଗ ପ୍ରମୁଖ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।ବିଜେଡି ଯୁବ ସଭାପତି ବିଷ୍ଣୁ ମଲ୍ଲିକ, ଛାତ୍ର ବିଜେଡ଼ି ସଭାପତି ସୁନୀଲ ସେଠି ଓ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଶତ୍ରୁଘ୍ନ ମହାନନ୍ଦିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟ ଛାତ୍ର ବିଜେଡ଼ି ସଭାପତିଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

ad-week
Leave A Reply

Your email address will not be published.