ଦୀର୍ଘ ୪ଦିନ ପରେ ବୁଡାଗୁଡ଼ା ପଞ୍ଚାୟତବାସୀ ବାଲିଗୁଡା ବିଏସଏନଏଲ ଟେଲିଫୋନ ସୁବିଧା ପାଇଲେ

add-all

ଦାରିଙ୍ଗବାଡ଼ି,(୨୩/୮) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମ ପଞ୍ଚାୟତ ବାସୀ ବିଏସଏନଏଲ ମୋବାଇଲ ନେଟୱର୍କ ସେବା ଦୀର୍ଘ ୪ଦିନ ପରେ ପାଇଥିବା ଜଣାପଡ଼ିଛି । ଟେଲିଫୋନ ସୁବିଧା ପାଇବାରୁ ୪ ଦିନଧରି ବଞ୍ଚିତ ହୋଇ ରହିଥିଲେ ବୁଡ଼ାଗୁଡା ପଞ୍ଚାୟତ ବାସୀ। ଏଣୁ ଆଜି ସରପଞ୍ଚ ତାତୁରା ପ୍ରଧାନଙ୍କ ନେତୃତ୍ୱରେ ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ, ସରପଞ୍ଚ ସହାୟକ ପଙ୍କଜ ଲିମା ଓ ସ୍ବେଚ୍ଛା ସେବୀଙ୍କ ମିଳିତରେ ବାଲିଗୁଡା ଟେଲିଫୋନ କାର୍ଯ୍ୟାଳୟରେ ପହଞ୍ଚି ଅତି ଶୀଘ୍ର ନେଟୱାର୍କ ସେବା ଯୋଗାଇ ଦେବାକୁ ଦାବୀ କରିଥଲେ। ଏହି ଦାବୀରେ, ବିଏସଏନଏଲ କର୍ମଚାରୀ ଛିଣ୍ଡିଥିବା ତାର ସଂଯୋଗ କରିବାକୁ ବାହାରି ଫୋନ ସେବା ଯୋଗାଇ ଦେଇଥିଲେ।ପ୍ରକାଶ ଥାଉକି ଗତ କିଛି ଦିନଧରି ଲାଗିରହିଥିବା ବର୍ଷା ଝଡ଼ିରେ ପୋଲ ଭୁଶୁଡି ଫୋନ ତାର ଛିଡି ଯାଇଥିଲା। ଯାହାରି ଫଳରେ ବିଏସଏନଏଲ ଫୋନ ସେବା ପାଇବାରୁ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ବାସୀ ୪ଦିନ ଧରି ବଞ୍ଚିତ ହୋଇ ରହିଥିଲେ। ଆଜି ବୁଡ଼ାଗୁଡା ଗ୍ରାମପଂଚାୟତ ବାସୀ ବିଏସଏନଏଲ ଫୋନ ସେବା ପାଇଥିବାରୁ ସରପଞ୍ଚ, ସମିତିସଭ୍ୟ, ଓ ସ୍ବେଚ୍ଛାସେବୀ ମାନଙ୍କ ଏହି କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.