ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟର – ଆଧାର କାର୍ଡ ସଂଯୋଗୀ କରଣ ସଚେତନତା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ସଂକରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଭୋଟର କାର୍ଡ ଆଧାର କାର୍ଡ ସଂଯୋଗୀ କରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଉପ ଜିଲ୍ଲାପାଳ ଶେଷଦେଵ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ରାମ କୃଷ୍ଣ ମହାନ୍ତି, ଅଧ୍ୟାପକ ବାବୁଲା ପାଟଯୋଶୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଶ୍ରୀ ମିଶ୍ର ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଏହାର ଆବଶ୍ୟକତା ବିଷୟରେ ଆବଗତ କରିବା ସହିତ ଏହା କିପରି କାର୍ଯ୍ୟ କରାଯାଇ ପାରିବ ସେହି ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ।ନିଜ ମୋବାଇଲରେ ଏହା କିପରି ସହଜରେ କରାଯାଇ ପାରିବ ସେହି ବିଷୟ ରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଏକ ଡେମୋ ପ୍ରଦର୍ଶନ କରିଥିଲେ।ଅନେକ ଛାତ୍ରଛାତ୍ରୀ ନିଜ ମୋବାଇଲ ଯୋଗେ ନିଜର ତଥା ନିଜ ପରିବାରର ସଦସ୍ୟଙ୍କ ଭୋଟର ଓ ଆଧାର ସଫଳତାର ସହିତ ସଂଯୋଗ କରିଥିଲେ।ଏହି କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ନିଜର ପରିବାର ପଡୋଶୀ ଓ ଗ୍ରାମର ସମସ୍ତଙ୍କ ଭୋଟର ଓ ଆଧାର ସଂଯୋଗୀ କରଣରେ ସହଯୋଗ କରିବେ। ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ଶିବରାମ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟପିକା ରୀନା ରାଣୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.