ଦାରିଙ୍ଗବାଡ଼ି ବ୍ଳକ ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

add-all

ଦାରିଙ୍ଗବାଡ଼ି (୨୪/୮) : ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ରାଜ୍ୟରେ ପରିକ୍ରମା କରିଥିବା ଅହିଂସା ରଥକୁ ଦାରିଙ୍ଗବାଡ଼ି ବ୍ଳକ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ଅହିଂସା ରଥକୁ ପ୍ରଥମେ କିରୀକୁଟି ଗ୍ରାମ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ ବାସି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ।ଏହାପରେ ସିମନବାଡ଼ି,ଶ୍ରାନିକେତା ଗ୍ରାମ ପଞ୍ଚାୟତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ଶେଷରେ ବ୍ଳକ ପକ୍ଷରୁ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପୁର୍ତ୍ତ ବିଭାଗ ପଥପ୍ରାନ୍ତଃ ସୁବିଧା କେନ୍ଦ୍ରରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ବ୍ଳକର ସମସ୍ତ ବିଭାଗ, ସମସ୍ତ ଶିକ୍ଷା ଅନୁଷ୍ଠାନ ଛାତ୍ରଛାତ୍ରୀ, ବୁଦ୍ଧିଜୀବି, ସ୍ବେଚ୍ଛାସେବୀ ଓ ସରକାରୀ କର୍ମଚାରୀ ଯୋଗଦେଇ ଥିଲେ । ଆଜି ଦାରିଙ୍ଗବାଡ଼ିରେ ବର୍ଷା ଲାଗି ରହିଥିଲେ ମଧ୍ୟ ଏହାକୁ କ୍ଷାତିରି ନକରି ଛାତ୍ରଛାତ୍ରୀ ଓଦା ହୋଇ ଲାଇନ ବାନ୍ଧି ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ। ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ତହସିଲଦାର ଚାର୍ଲସ ନାୟକ, ଥାନା ଅଧିକାରୀ କୌଶିକ ମାଝୀ, ବ୍ଳକ ଶିକ୍ଷା ଅଧିକାରୀ ରସାନନ୍ଦ କର , ସରପଞ୍ଚ ଚନ୍ଦ୍ରିକା ମଲିକ, ସମିତି ସଭ୍ୟ କାଳିପ୍ରସାଦ ମଲିକ,ରାଜ୍ୟ ସରକାରଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ଅହିଂସା ରଥ ଦାରିଙ୍ଗବାଡ଼ି ବଜାର ପରିକ୍ରମା କରି ଦାରିଙ୍ଗବାଡ଼ିରୁ ବିଦାୟ ନେଇଥିଲା ।

ad-week
Leave A Reply

Your email address will not be published.