ନକଲି ଗୁଟଖା କାରଖାନାରେ ପୁଲିସ ପକ୍ଷରୁ ଚଢଉ : ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗୁଟଖା ସହ ଗୁଟଖା ତିଆରି ମେସିନ ଓ ଅନେକ ପ୍ରସ୍ତୁତି ସାମଗ୍ରୀ ଜବତ

add-all

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଲୋଚାପଡା ଶ୍ରୀମାନଗରରେ ଚାଲିଥିବା ଏକ ନକଲି ଗୁଟଖା କାରଖାନାରେ ପୁଲିସ ପକ୍ଷରୁ ଚଢଉ କରି ସେଠାରୁ ବିପୁଳ ପରିମାଣର ଗୁଟଖା ସହ ପ୍ରସ୍ତୁତିରେ ବ୍ୟବହୃତ ଏକାଧିକ ମେସିନ ଜବତ କରିଛି । ବେଆଇନଗୁଟଖା ପ୍ରସ୍ତୁତି କରୁଥିବା ଅଭିଯୋଗରେ ନୂଆ କାଳୁପାତ୍ର ସାହିର ଶଙ୍କର କୁମାର ସାହୁ ଓ ହରିଡାଖଣ୍ଡି ତୋଟାସାହିର କୈଳାଶ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାପ୍ରକାରେ, ସଦରଥାନା ଅନ୍ତର୍ଗତ ଲୋଚାପଡା ଶ୍ରୀମାନଗର ୫ମ ଲାଇନରେ ଥିବା ଏକ ଘରେ ନକଲି ଗୁଟଖା କାରଖାନା ଚାଲୁଥିବା ଖବର ମିଳିବା ପରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା, ଏଏସଆଇ ପି. ସିଏଚ ରଥ ଓ ଅନ୍ୟ ପୁଲିସ କର୍ମଚାରୀମାନେ ସେଠାରେ ଚଢଉ କରିଥିଲେ । ଚଢଉ ବେଳେ ଶଙ୍କର ଓ କୈଳାଶ ସେଠାରେ ଗୁଟଖା ପ୍ରସ୍ତୁତି କରୁଥିଲେ । ସେଠାରୁ ପୁଲିସ ବିଭିନ୍ନ କମ୍ପାନୀର ସହ ସମସ୍ତ ଗୁଟଖା, ଟ୍ୟାବାକୋ ପତ୍ର, ଧନିଆ, ପାନହୁରୀ, ଧଳା ଚୂନ, ବିଭିନ୍ନ ବ୍ରାଣ୍ଡର ଖାଲି ପଲିଥିନ ପ୍ୟାକ୍, ବିଭିନ୍ନ ବ୍ରାଣ୍ଡର ରିଲ୍ସ, ଓଜନ ମେସିନ୍, ମିଶ୍ରଣ ମେସିନ୍, ପ୍ୟାକିଂ ମେସିନ୍ ଏବଂ ସିଲେଇ ମେସିନ୍ ଇତ୍ୟାଦି ଗୁଟଖା ସାମଗ୍ରୀ, ପ୍ୟାକିଂ ମେସିନ୍ ଏବଂ ସିଲେଇ ମେସିନ୍ ସମେତ ପ୍ରାୟ ପ୍ରାୟ ୧୫ ଲକ୍ଷ ଟଙ୍କାର ଗୁଟଖା ଜବତ କରିଛି । ପୁଲିସ ଯାଞ୍ଚ ବେଳେ ସେମାନେ ପ୍ରସ୍ତୁତି ସମ୍ପର୍କିତ କୌଣସି ଲାଇସେନ୍ସ କାଗଜପତ୍ର ଦେଖାଇପାରିନଥିଲେ । ଯାହା ଫଳରେ ପୁଲିସ କେଶ ରୁଜୁ କରି ଆଇ ପି ସି 420/272/273/34 ମାମଲା କରି ଅଭିଯୁ୍କ୍ତ ବଡ ବଜାର ଥାନା ଅନ୍ତର୍ଗତ ନୁଆଁ କାଳୁ ପାତ୍ର ସାହି ଯେକି ସଦର ଥାନା ଅନ୍ତର୍ଗତ ସୀମାନଗର ପଞ୍ଚମ ଗଳି ରେ ରହୁଥିବା ଶଙ୍କର କୁମାର ସାହୁ (42)ଓ ହରିଡ଼ାଖଣ୍ଡି ନିକଟ ଟୋଟା ସାହି ର କୈଳାସ ସାହୁ (39) ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମହେନ୍ଦ୍ର ସାହୁ କହିଛନ୍ତି ।

ad-week
Leave A Reply

Your email address will not be published.