ବଜ୍ରାଘାତରେ ଦୁଇ ମୃତ, ତିନି ଗୁରୁତର

add-all

ମାଲକାନଗିରି(୨୪।୮) : ମାଲକାନଗିରି ଜିଲ୍ଲା ସଦର ବ୍ଲକ ପାଣ୍ଡ୍ରିପାଣି ପଞ୍ଚାୟତ ଅନ୍ତର୍ଗତ ରାଉଲିଗୁଡା ଓ ବାଉଁଶଗୁଡା ଠାରେ ବଜ୍ରାଘାତରେ ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ତିନିଜଣ ଗୁରୁତ୍ତର ଆହତ ହୋଇଛନ୍ତି | ଏହି ଆହତ ମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରା ଯାଇ ଚିକିତ୍ସା ଜାରି ରହିଛିା ତଥ୍ୟ ମୁତାବକ ଆଜି ମଧ୍ୟାହ୍ନରେ ମାଲକାନଗିରି ସଦର ବ୍ଲକ ପାଣ୍ଡ୍ରିପାଣି ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲ।। ଏହି ବଜ୍ରପାତର ସଂସ୍ପର୍ଶରେ ଆସି ଏହି ଦୁଇଟି ଗ୍ରାମର ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ତିନିଜଣ ଗୁରୁତ୍ତର ଆହତ ହୋଇଛନ୍ତିା ମୃତକମାନଙ୍କ ମଧ୍ୟରେ ବାଉଁଶଗୁଡାର ଦଇମତି ଖିଲ (୨୬) ଓ ରାଉଲିଗୁଡାର ଲକ୍ଷ୍ମୀ କୋପେ (୧୭) ହୋଇଥିବା ବେଳେ ଆହତମାନେ ହେଲେ ସୁଶିଲା ଖିଲ, ଦିପା ପାଙ୍ଗି, ଚିନ୍ତା ଖିଲ । ଏମାନେ ନିଜ ଧାନ ଜମିରେ ଘାସ କାଢୁଥିବା ସମୟରେ ବଜ୍ରପାତ ହେବାରୁ ଏପରି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଆହତ ମାନଙ୍କୁ ପ୍ରଥମେ ପାଣ୍ଡ୍ରିପାଣି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି ।

ad-week
Leave A Reply

Your email address will not be published.