ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଶୋକସଭା

add-all

ବ୍ରହ୍ମପୁର, ତା. ୨୬/୦୮ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ” ପକ୍ଷରୁ ସୁନାମଧନ୍ୟ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଭ୍ରମରବର ପରମାଣିକ ଏବଂ ବର୍ଷୀୟାନ ନାଟ୍ୟ ଗୁରୁ ଉଦୟନାଥ ମହାରଣାଙ୍କ ଶତାୟୁ ମାତା ଶ୍ରୀମତୀ କାଞ୍ଚନ ଦେବୀଙ୍କ ବିୟୋଗରେ ବ୍ରହ୍ମପୁର ଉପକଣ୍ଠ ଟାଟା କଲୋନୀ ସ୍ଥିତ ବାଦପୁର ଠାରେ ସଂଘ ଉପଦେଷ୍ଟା ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଗୁରୁ ପରମାଣିକଙ୍କ ନାଟ୍ୟକ୍ଷେତ୍ର କୃତିତ୍ୱ ଏବଂ ଶ୍ରୀମତୀ ମହାରଣାଙ୍କ କଳପ୍ରାଣତା ତଥା ଧର୍ମପ୍ରାଣତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ନାଟ୍ୟକାର ଯୁଦ୍ଧଷ୍ଠିର ଭଞ୍ଜ ସାମନ୍ତ, ନାଟ୍ୟ ଗୁରୁ ସଞ୍ଜୟ କୁମାର ବିଷୋୟୀ, ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଦୁହିଁଙ୍କ ବିୟୋଗ ଗଞ୍ଜାମ ଜିଲ୍ଲା ଗ୍ରାମୀଣ ନାଟ୍ୟ ସଂସ୍କୃତିର ପ୍ରଭୂତ କ୍ଷତି ଘଟିଲା ବୋଲି ମତବ୍ୟକ୍ତ କରିଥିଲେ । ମା’ କୁରେଈଶୁଣୀ ଲୋକକଳା ନିର୍ଦ୍ଦେଶକ ସଂଘ ସଦସ୍ୟମାନେ ନିଜ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବର୍ଗତ ଆତ୍ମା ଦ୍ୱୟର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବୁ ସର୍ବଶ୍ରୀ ଗୁରୁ ଜି. ରାଜେନ୍ଦ୍ର ରେଡ୍ଡି, ଗୁରୁ ଧର୍ମରାଜ ସ୍ୱାଇଁ, ଗୁରୁ ପ୍ରତାପ ଚନ୍ଦ୍ର ପ୍ରଧାନ, ଜଗଦୀଶ ବିଡିକା, ରାଜ୍ ସାହୁ, ବିକାଶ ଚନ୍ଦ୍ର ମହାପାତ୍ର, ଦୀପକ୍ କୁମାର ପ୍ରଧାନ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.