
ଦାରିଙ୍ଗବାଡ଼ି (୨୬/୦୮) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରହ୍ମଣୀଗାଁ ଅଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର ଅଧିନସ୍ତ ଶିଶୁ ମାନଙ୍କ ଆଧାର ପଞ୍ଜିକରଣ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ଶିଶୁଙ୍କ ଆଧାର ପଞ୍ଜି କରଣ ନେଇ ଶିଶୁଙ୍କ ସହିତ ଶତାଧିକ ମହିଳାଙ୍କ ଭିଡ ଜମୁଛି । ହେଲେ ନେଟୱାର୍କ ସମସ୍ୟା ଲାଗି ରହିଥିବାରୁ, ବହୁ ଅଭିଭାବକ ପଞ୍ଜିକରଣ କରିନ ପାରି ହତାଶ ଓ ନିରାଶ ସହିତ ଭୋକ ଉପାସରେ ନିଜ ଗ୍ରାମକୁ ଫରୁଥିବା ପ୍ରକାଶ ପାଇଛି। ଯାହାରି ଫଳରେ ମାନସିକ ସହିତ ଆର୍ଥିକ କ୍ଷତି ସହୁ ଥିବା ଜଣାପଡିଛି। ସମନ୍ୱିତ ଶିଶୁ ବିକାଶ ସମିତି କାର୍ଯ୍ୟାଳୟ ପକ୍ଷରୁ ଆଧାର ପଞ୍ଜି କରଣ ଵ୍ୟଵସ୍ଥା କରା ଯାଇଛି। ହେଲେ ନା ପାନୀୟଜଳର ବ୍ୟବସ୍ଥା ରହିଛି ନା ବସିବା ବ୍ୟବସ୍ଥା ଅଛି । ମହିଳା ମାନେ ଛୋଟ ଶିଶୁଙ୍କୁ ଧରି ନାହିଁ ନଥିବା ଅସୁବିଧାର ସୁମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏପାଖରେ ଦାରିଙ୍ଗବାଡ଼ି ବ୍ଲକ ମହକୁମାର ଦିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ ଅଟେ। ବଜାରୀ କରଣ ଗମନା ଗମନ, ସ୍ବାସ୍ଥ୍ୟସେବା, ଉଚ୍ଚ ଶିକ୍ଷା ସହିତ ବ୍ୟାଙ୍କ ସେବା ସୁବିଧା ଥିବାରୁ ବ୍ଲକ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତ ଯଥା ସରାମୁଳି, ଗଦାପୁର, ତାଜୁଙ୍ଗି, ହାତିମୁଣ୍ଡା, ଝିଞ୍ଜିରିଗୁଡା ,କୁମ୍ଭାରୀଗାଁ, କାଟିଙ୍ଗିଆ ସମେତ ଗଜପତି ଜିଲା ମୋହନା ବ୍ଲକର ୩ଟି ଗ୍ରାମପଂଚାୟତ ସହିତ ଗଞ୍ଜାମ ଜିଲା ସୋରଡା ବ୍ଲକର ସଲିମା ଗୋଛା ଗ୍ରାମ ପଞ୍ଚାୟତ ଓ ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକ ଅଂଚଳର କିଛି ଗ୍ରାମ ବାସୀ ବ୍ରହ୍ମଣୀଗାଁ ବଜାର ଉପରେ ନିର୍ଭର କରି ଆସୁଛନ୍ତି। ହେଲେ ବ୍ରହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ପାଇଁ ଦୁଃଖ ସାଜିଛି ରହିଥିବା ଏକମାତ୍ର ବିଏସଏନଏଲ ସେବା। ଏହି ସେବା ମାସକରେ ୨୦ଦିନ ବନ୍ଦ ରହୁଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଣୁ ନେଟୱାର୍କ ସମସ୍ୟାର ସମାଧାନ କରିବା ନେଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ବିଧାୟ ଓ ସାଂସଦ ଙ୍କୁ ଅଞ୍ଚଳ ବାସୀ ବହୁବାର ଲିଖିତ ଅଭିଯୋଗ ସହିତ ମୌଖିକରେ କୁହା ଯାଇଥିଲେ ସୁଧା କୌଣସି ସୁଫଳ ପାଇ ନାହାଁନ୍ତି। ଆସନ୍ତା ୨୪ସାଲରେ ହେବାକୁଥିବା ସାଧାରଣ ନିର୍ବାଚନ ପୂର୍ବରୁ ହୁଏତ ଭୋଟ ପାଇବା ପାଇଁ ଅନ୍ୟ ଏକ ନେଟ ୱାର୍କ ସୁବିଧା ସରକାର ଯୋଗାଇ ଦେଇ ପାରନ୍ତି ବୋଲି ସର୍ଵ ସାଧାରଣରେ ଚର୍ଚ୍ଚା କରୁଥିବା ପ୍ରକାଶ ପାଇଛି। ନେଟୱାର୍କ ସମସ୍ୟା ପାଇଁ ଏହିପରି ହଇରାଣ ହରକତ ହେଉ ଥିବାରୁ ଜନ ସାଧାରଣ ରାଜ ରାସ୍ତାକୁ ଓଲ୍ହାଇବାକୁ ପ୍ରସ୍ତୁତ ହେଉଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି।