ମାଲକାନଗିରି ପୋଲିସ କୁ ମିଳିଛି ସଫଳତା : ୧୮୦ କେଜି ଗଞ୍ଜେଇ ଜବତ ଓ ୫ ଗିରଫ…

add-all


ମାଲକାନଗିରି, : ମାଲକାନଗିରି ସଦର ପୋଲିସ ଦ୍ୱାରା ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଛନ୍ତିା ସୁଚନା ମୁତାବକ ଗତକାଲି ରାତିରେ ମାଲକାନଗିରି ଥାନା ଏସ୍‌.ଆଇ. କେ. ସଙ୍ଗନା ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଗୌଡଗୁଡା ଛକ ନିକଟରେ ରାତ୍ର ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଟ୍ରାକ୍ଟର ନଂ. ଆର୍‌.ଜେ. ୨୫ ଆର୍‌.ଏ. ୩୫୭୫ ଆସୁଥିବା ଦେଖି ଉକ୍ତ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିଥିଲୋ ତେବେ ଉକ୍ତ ଟ୍ରାକ୍ଟର ପଛରେ ଲାଗିଥିବା ଟ୍ରଲିରେ ଏକ ଗୁପ୍ତ ସ୍ଥାନରେ ଗଞ୍ଜେଇ ଥିବା ଜାଣି ଉକ୍ତ ଗଞ୍ଜେଇକୁ ଜବତ କରିଥିଲୋ ସେଥିରୁ ମୋଟ ୧୮୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଛନ୍ତିା ଏହି ୫ ଜଣ ରାଜସ୍ଥାନ ରାଜ୍ୟର ଭରତପୁର ଗ୍ରାମର ବୋଲି ଜଣାପଡିଛିା ଏଥିସହ ଗୋଟିଏ ଟିଭିଏସ ଆପାଚେ ମୋଟର ସାଇକେଲ ନଂ. ଆର୍‌.ଜେ. ୧୪ କେ ଆର୍ ୮୮୩୦, ମଧ୍ୟ ଜବତ କରିଛନ୍ତିା ଆସାମୀଙ୍କ ନିକଟରେ ନଗଦ ୧୯୦୦ ଟଙ୍କା ଜବତ କରିବା ସହ ମାଲକାନଗିରି ଥାନା କେଶ୍ ନଂ. ୫୧୨/୨୨ ପ୍ରକାରେ ମାମଲା ରୁଜୁ କରା ଯାଇ ଆଜି ଆସାମୀଙ୍କୁ କୋର୍ଟ ଚାଲାଣ କରା ଯାଇଛିା

ad-week
Leave A Reply

Your email address will not be published.