ଚିତ୍ରକୋଣ୍ଡାରେ ନୂଆ ଡାକଘର କାର୍ଯ୍ୟାଳୟ ଉଦଘାଟିତ

add-all

ଚିତ୍ରକୋଣ୍ଡା (୦୨/୦୯): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଷ୍ଟ ଅଫିସ ଲାଇନ ରେ ଦୀର୍ଘ ଦିନ ହେଲା ଡାକ କାର୍ଯ୍ୟାଳୟ ଚାଲି ଆସୁଥିଲା ବିଭିର୍ଣ୍ଣ ସମସ୍ୟା ହେତୁ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ତହସିଲ ଛକ ମୁଖ୍ୟ ରାସ୍ତା ପାର୍ଶ୍ୱରେ ନୃର୍ତ୍ତନ ଡାକ କାର୍ଯ୍ୟାଳୟ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟନ କରାଯାଇଛି l ଉକ୍ତ ଉଦଘାଟନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଅଭିଭକ୍ତ କୋରାପୁଟ ଡିଭିଜନ ଡାକଘର ର ସୁପରିଟେଣ୍ଡେଣ୍ଡ ମନୋଜ ପ୍ରଗାଡ଼ ଯୋଗଦେଇଥିବା ବେଳେ ସନ୍ମାନିତ ଅତିଥିଭାବେ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଏବଂ ସ୍ଥାନୀୟ ଚିତ୍ରକୋଣ୍ଡା ର ସମାଜସେବି ଦେବେନ୍ଦ୍ର ଦାସ ଏବଂ ଏମ. ଚିରଞ୍ଜିବି ନାୟକ ଏବଂ ମାଲକାନଗିରି ଜିଲା ଡାକ କାର୍ଯ୍ୟାଳୟ ଏବଂ ଚିତ୍ରକୋଣ୍ଡା ଡାକ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଯୋଗ ଦେଇ ତାଙ୍କ ଉପସ୍ଥିତିରେ ନୃର୍ତ୍ତନ ଡାକ ଘର କୁ ଆନୁଷ୍ଠାନିକ ଭାବରେ ଉଦଘାଟନ ସହ ଚାଲୁ କରାଯାଇଛି l ଚିତ୍ରକୋଣ୍ଡା ର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଡାକ ଘର ଚାଲୁ ହୋଇ ଥିବାରୁ ଲୋକେ ସୁବିଧା ହେବ ବୋଲି ଆଶା ପ୍ରକଟ କରିଛନ୍ତି l

ad-week
Leave A Reply

Your email address will not be published.