
ଚିତ୍ରକୋଣ୍ଡା(୦୨/୦୯) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳବାସି ଜଣେ ଦକ୍ଷ କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ ଆରଡ଼ି ବିଭାଗର ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ଓରଫ ସାଇ ଜେଇ ନାମରେ ସର୍ବ ମୁଖରେ ପରିଚିତ ଙ୍କ ନିମନ୍ତେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା କରାଯାଇଛି l ଯଦିଓ ଦୀର୍ଘ ଦିନ ହେଲା ତାଙ୍କର ଅନ୍ୟତ୍ର ବଦଳି ହୋଇ ଯାଇଛି ତଥାବି ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ପାଇଁ ଯେଉଁ ବଡ଼ କାମ କରି ଯାଇଛନ୍ତି ତେଣୁ ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ଭଲ ପାଇବା ଆଜି ତାଙ୍କ ବଦଳି ହୋଇଯାଇଥିବା କଥା ଜାଣିବା ପରେ ସେମାନେ ଅନୁଭବ କରି ଆଜି ତାଙ୍କୁ ସମ୍ବର୍ଦ୍ଧନା ସଭା ଆୟୋଜନ କରି ତାଙ୍କୁ ସମ୍ବର୍ଦ୍ଧିତ ସାଧୁବାଦ ର ଧନ୍ୟବାଦ ଅର୍ପଣ କରିଛନ୍ତି l ସ୍ୱାଭିମାନ ଅଂଚଳର ଦୀର୍ଘ ଦିନର ଜଳ ବନ୍ଦୀ ଭିତରେ ଗୁରୁପ୍ରିୟା ସେତୁ ଉଦଘାଟନ ହେବା ପରେ ସ୍ୱାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ଘାଟି ରେ ରାସ୍ତା ଫିଟାଇବା ଏବଂ ସ୍ୱାଭିମାନ ଅଂଚଳ ପ୍ରତି ପଞ୍ଚାୟତ କୁ ମୁଖ୍ୟ ଏବଂ ଗମନା ଗମନ ବାଟ ଖୋଳିବା ପଛରେ ତାଙ୍କର ବହୁ ଅବଦାନ ରହିଛି l ଯେତେବେଳେ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଙ୍କ ଦବଦବା ଥିବା ସେ ପ୍ରତି କୋଣ ଅନୁକୋଣ କୁ ବୁଲି କିଭଳି ଯେତେ ଶୀଘ୍ର ସ୍ୱାଭିମାନ ଅଂଚଳର ପ୍ରତି ପଂଚାୟତ କୁ ରାସ୍ତା ଘାଟ ସୁବିଧା ହୋଇ ପାରିବ ସେ ନେଇ ତାଙ୍କର ଅତୁଳନୀୟ ଅବଦାନ ରହିଛି l ସେଥିପାଇଁ ଆଜି ସ୍ୱାଭିମାନ ଅଞ୍ଚଳ ପଣଷପୁଟ ପଞ୍ଚାୟତ ଗୋରାସେତୁ ଠାରେ ସ୍ଥାନୀୟ ଜନସାଧାରଣ ଙ୍କ ପ୍ରଚେଷ୍ଟାରେ ବିଜୁ ଜନତା ଦଳ କର୍ମି ଙ୍କ ସହଯୋଗରେ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ, ଯୋଡ଼ାମ୍ବ ପଞ୍ଚାୟତ ସରପଞ୍ଚ ପିଙ୍କି ହନ୍ତାଳ, ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ ଏବଂ ବିଏସଏଫ ଯବାନ ଓ ବହୁ ବିଜେଡି କର୍ମି ଉପସ୍ଥିତ ରହି ତାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଜଣାଇ ଛନ୍ତି l ଆରଡ଼ି ବିଭାଗର ଯନ୍ତ୍ରୀ ସାଇ ଜେଇ ନାମରେ ପରିଚିତ ସ୍ୱାଭିମାନ ଅଞ୍ଚଳ ବାସି ତାଙ୍କୁ ସହଯୋଗ ହାତ ଜିଲା ପ୍ରଶାସନ ସହାୟତା ରେ ସ୍ୱାଭିମାନ ଅଞ୍ଚଳର କିଛି ଅଳ୍ପ କାମ କରିବାରେ ସମର୍ଥ ହୋଇ ପାରିଛି ସେମାନଙ୍କ ଭଲ ପାଇବା ଦେଇଥିବାରୁ ସ୍ୱାଭିମାନ ଅଞ୍ଚଳବାସି, ଜିଲା ତଥା ବ୍ଲକ ପ୍ରଶାସନ ଏବଂ ଓଡିଶା ପୁଲିସ ଓ ବିଏସଏଫ ଯବାନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି