ହାଇକୋର୍ଟ ଜଷ୍ଟିସ ଏମ୍ଏସ୍ ସାହୁଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଫୁଲବାଣୀ ଗସ୍ତରେ ହାଇକୋର୍ଟର ଜଷ୍ଟିସ ଏମ ଏସ ସାହୁ ଗତକାଲି ରାତ୍ରି ୧୦ଟାରେ ଫୁଲବାଣୀରେ ପହଞ୍ଚିଥିଲେ ।ପ୍ରଦକ୍ଷଣ ଗୃହ ଠାରେ ଜିଲ୍ଲା ବାର ଆସୋସିଏସନ୍ ସଭାପତି ବିଜୟ କୁମାର ମହାନ୍ତି ଓ ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକ,ହରିଶ୍ଚନ୍ଦ୍ର ମହାରଣା,ଜ୍ଞାନୀନ୍ଦ୍ର ପାଢ଼ୀ,ପ୍ରଦୀପ୍ତ ରଞ୍ଜନ ନାୟକ,ଶିବପ୍ରସାଦ ତ୍ରିପାଠୀ,ବିରୁପାକ୍ଷ ପଣ୍ଡା, କମଳ ବେହେରା, ବୀଣାପାଣି ପ୍ରଧାନ, ମନୋଜ ପଟ୍ଟନାୟକ, ରମେଶ ଚନ୍ଦ୍ର ମହାନ୍ତି,ଟୁଟୁ ସେନାପତି ପ୍ରମୁଖ ଅନେକ ଆଇନଜୀବୀ ଉପସ୍ଥିତ ରହି ଜଷ୍ଟିସଙ୍କୁ ସ୍ଵାଗତ କରିଥିଲେ। ଜିଲ୍ଲା ଦୌରା ଜଜ ସମେତ ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ଥିଲେ। ଆଜି ଜିଲ୍ଲା କୋର୍ଟରେ ଜଷ୍ଟିସଙ୍କ ତଦାରଖ ଓ ସମୀକ୍ଷା କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.