
ହିଞ୍ଜିଳିକାଟୁ (୪।୨୨) : ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳି ଵ୍ଳକ ସାରୁ ଗ୍ରାମପଚାଁୟତର ମାଛ ଵନ୍ଧ ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶନିବାର ମଧ୍ୟ ରାତ୍ରି ରେ ଚଢ଼ାଉ ହୋଇଛି। ହିଞ୍ଜିଳି ଥାନା ପକ୍ଷରୁ ହୋଇଥିବା ଏହି ଅତର୍କିତ ଚଢାଉରେ ୧୬ ଜଣ ଜୁଆଡିଆଙ୍କୁ ଗିରଫ କରାଯାଇଛି। ଏଥିସହ ୧ ଲକ୍ଷ ୫୩ହଜାରଟଙ୍କା ଜବତ କରାଯିବା ସହ ୧୮ ଗୋଟିମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ମାନେ ହେଲେ (୧) ବ୍ରହ୍ମପୁର ସହର ତୁଳସୀ ନଗର ୮ଲାଇନ ର ସୁଵ୍ରତ ପରିଡା ୩୦ ,(୨) ବ୍ରହ୍ମପୁର ସାନବଜାର ଛକ କୁମ୍ଭାର ସାହି ର ଶ୍ରୀନିବାସ ଜେନା ‘୪୨ ,(୩) ବ୍ରହ୍ମପୁର କୁମ୍ଭାର ସାହି ର ଏ ପ୍ରଦ୍ୟୁମ୍ନ ଆଚାରୀ ୨୩(୪) ପି ସୁରେଶ କୁମାର ୪୭ ବାଲାଜି ପେଣ୍ଠ ଶାନ୍ତି ନଗର ବ୍ରହ୍ମପୁର ( ୫) ଶ୍ରୀନିବାସ ମହାଙ୍କୁଡ ୩୬ ଶ୍ରୀରାମ ନଗର ବଡ ବଜାର ଵ୍ରହ୍ମପୁର (୬) ଏନ ରାଜୁ ୩୫ ବିଜାପୁର ବଡ ସାହି ବ୍ରହ୍ମପୁର (୭)ଦିଲିପ୍ ରାଉଳ୪୦ ଶ୍ରୀରାମ ନଗର ପ୍ରଥମ ଲାଇନ ବ୍ରହ୍ମପୁର( ୮) ହିଞ୍ଜିଳି ବ୍ଳକ ପୋଚିଲିମା ପଚାଂୟତ ଭାଣ୍ଡି ରବିନ୍ଦ୍ର ୪୬( ୯) କବିର ପାତ୍ର ୨୯ ଶ୍ରୀରାମ ନଗର ଵ୍ରହ୍ମପୁର (୧୦) କୁକୁଡାଖଣ୍ଡି ଗ୍ରାମର ଗୌରୀଶଙ୍କର ପଟ୍ଟନାୟକ ୩୨ (୧୧) ହିଞ୍ଜିଳିକାଟୁ ଆଙ୍କୋରଡା ଗ୍ରାମ କାଳୁଆ ସାହି ର ଲିଟୁ ସେଠୀ ୨୯ (୧୨) ପ୍ରଭାକର ନାୟକ ୪୦ ସାରୁ( ୧୩)ଶେରଗଡ ବ୍ଳକ ହାଡିଜିରା ଡ୍ରାମର ବି ଚେଇନ ପାତ୍ର ୩୮ (୧୪) ହିଞ୍ଜିଳିକାଟୁ ମାଣିକ ନଗର ର ବାଳକୃଷ୍ଣ ମିଶ୍ର ୩୯ ,(୧୫)ଟିଟୁ ଵେହେରା ୩୨ ପୁରୁଷୋତମପୁର ଥାନା ଶିକୁଳା (୧୬) ପ୍ରଶନ କୁମାର ବେହେରା ୩୦ ରାଜା ସାହି ପୁରୁଷୋତମପୁର ଏନେଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସ୍ଥାନୀୟ ବ୍ଳକର ସାରୁ ଗ୍ରାମ ପଞ୍ଚାୟତ ର ମାଛ ଵନ୍ଧ ମଧ୍ୟରେ ଥିବା ଘରେ ଜୁଆ ଖେଳ ଚାଲୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଶନିବାର ରାତ୍ର ୧୧ ଘଣ୍ଟା ରେ ପୋଲିସ ଉକ୍ତ ସ୍ଥାନ ଉପରେ ଅତର୍କିତ ଚଢ଼ାଉ କରିଥିଲା। ଏହି ସମୟରେ ଘଟଣାସ୍ଥଳରୁ ଆଉ କେତେକ ବ୍ୟକ୍ତି ପୋଖରୀ ପାଣି ଦେଇ ପହଁରି ଚମ୍ପଟ ମାରିଥିବା ବେଳେ ୧୬ ଜଣଙ୍କୁ ଗିରଫ କରାଯାଇଛି। ଜଣେ ଧାର୍ମିକ ନେତା ଵୋଲାଉଥିବା ବ୍ଳକର ବଡ ପଦବିରେ ଥିବା ନେତାଚଢାଉର ୧୦ ମିନଟ ଆଗରୁ କୈଣସି ସୂତ୍ରରୁ ଖବର ପାଇ ଖସି ପଳାଇଥିବା ଚର୍ଚା ଜୋର ଧରିଛି। ୧ଲକ୍ଷ ୫୩ହଜାର ଟଙ୍କା ସମେତ ୧୮ ଗୋଟି ମୋବାଇଲ ଫୋନ ଜବତ କରି ଥାନାରେ ରଖାଯାଇଛି। ଏନେଇ ହିଞ୍ଜିଳି ଥାନାରେ ୪୬୬/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।