
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ୧୩ ନମ୍ବର ୱାର୍ଡ କେନ୍ଦୁପଦର ସାହିରେ ମହିଳାଙ୍କ ସନ୍ଦେହ ଜନକ ମୃତୁ, ମୃତକ ହେଲେ ଲଷ୍ମୀ ରାଉତ ୩୮ ବର୍ଷ। ସାହିଲୋକ ପୋଲିସକୁ ଖବର ଦେଲାପରେ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ଫୁଲବାଣୀ ମେଡିକାଲକୁ ପଠାଇଛି। ପରିବାର ଲୋକ ଆତ୍ମହତ୍ୟା କହୁଥିବା ବେଳେ ପ୍ରକୁତ କାରଣ ଜଣାପଡି ନାହିଁ। ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବାର ଶୁଣିବାକୁ ମିଳିଛି। ତେବେ ପୁଲିସ ଗଲାବେଳକୁ ମୃତ ଶରୀର ତଳେ ପଡିଥିଲା। ତେବେ ପୋଲିସ ମହିଳାଙ୍କ ସ୍ୱାମୀ ପ୍ରଶାନ୍ତ ରାଉତକୁ ଅଟକ ରଖି ପଚରା ଉଚରା କରୁଛି। ମୃତ ମହିଳାଙ୍କ ଭାଇ ରାମବିଶି ପ୍ରଧାନ କହିଛନ୍ତି ଭଉଣୀ କେମିତି ମଲ୍ଲା ଆମେ କହିପରିବୁ ନାହିଁ।ସେହିପର ୧୩ ନମ୍ବର ୱାର୍ଡ ମେମ୍ବର ମେଧାବୀ ମିଶ୍ର ଏହା ଏକ ହତ୍ୟା କାଣ୍ଡ ବୋଲି ଜଣାପଡୁଛି ବୋଲି କହିଛନ୍ତି।