ବାଲିପଦର ବସଷ୍ଟାଣ୍ଡରେ ଦୁର୍ଗାପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ

add-all


ବୁଗୁଡା : ତା ୦୯/୦୯/୨୨ : ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମରେ ଓଁ ଶ୍ରୀ ମା’ଦୁର୍ଗା ପୂଜା କମିଟି ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଆଗାମୀ ଶ୍ରୀଦୁର୍ଗାଦେବୀଙ୍କ ଷଷ୍ଠୀ ପୂଜା ଉପଲକ୍ଷେ ଆଜି ଗାଁର ବସଷ୍ଟାଣ୍ଡ ଠାରେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୋହିତ ଭାବେ ପ୍ରଦ୍ୟୁମ୍ନ ଖାଡ଼ଙ୍ଗା ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ଶ୍ରୀନାଥ ସାସମଲ ଦାୟିତ୍ବ ନିର୍ବାହ କରିଥିଲେ ।ପୂଜା କମିଟି ସଭାପତି ସଞ୍ଜୟ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପରିଚାଳନାରେ ମାଧବ ବିଷୋୟୀ , ଶିବରାମ ସାସମଲ , ନାରାୟଣ ସାମନ୍ତରା , ଧନଞ୍ଜୟ ଜେନା , ଡିକି ମହାପାତ୍ର ଓ ପିଙ୍କୁ ଭଟ୍ଟଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ଗତ ଦୁଇ ବର୍ଷ କରୋନା ଯୋଗୁଁ ପୂଜା ଉତ୍ସବ ଫିକା ପଡିଯାଇଥିଲା ବେଳେ ଚଳିତ ବର୍ଷ ମା’ଙ୍କ ପୂଜା ଧୂମଧାମରେ ହେବ ବୋଲି ପୂଜା କମିଟି ପକ୍ଷରୁ ପ୍ରକାଶ ପାଇଛି ।

ad-week
Leave A Reply

Your email address will not be published.