କୁଟୁନପାଲି ଡଙ୍ଗା ଘାଟରୁ ଅଳ୍ପ ଦୂରରେ ଡଙ୍ଗା ବୁଡି ଜଣେ ନିଖୋଜ

add-all

ମାଲକାନଗିରି ଏମ୍ଭି୭୯/କାଲିମେଳା (୯।୯) : ମାଲକାନଗିରି ଜିଲ୍ଲା କୁଟୁନପାଲି ଡଙ୍ଗା ଘାଟରୁ ଅଳ୍ପ ଦୂରରେ ଡଙ୍ଗା ବୁଡି ଜଣେ ନିଖୋଜ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୁଟୁନିପାଲି ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଡ଼ଙ୍ଗାରେ କିଛି ଯାତ୍ରୀ ଯାଉଥିବା ବେଳେ ହଟାତ ଘାଟ ଠାରୁ ଅଳ୍ପ ଦୂର ଯିବା ପରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ତେବେ ଖବର ପାଇ କାଲିମେଳା ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ମୋଟ ୧୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ଜଣାପଡିଛି । ଏହା ସହ ଡ଼ଙ୍ଗାରେ ୩ଟି ମୋଟର ସାଇକେଲ ମଧ୍ୟ ନିଆଯାଉ ଥିବା ବେଳେ ସେଗୁଡିକ ମଧ୍ୟ ପାଣିରେ ବୁଡି ଯାଇଛି । ନିଖୋଜ ବ୍ୟକ୍ତି ଜଣଙ୍କ ରଞ୍ଜନ ସାହୁ ଏବଂ ସେ ମଧ୍ୟ ପ୍ରଦେଶର ବୋଲି ଜଣାପଡିଛି । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀ ଖୋଜାଖୋଜି ଜାରି ରଖିଥିବା ଜଣାପଡିଛି ।

ad-week
Leave A Reply

Your email address will not be published.